www.samajalive.in
Wednesday, December 10, 2025
26.1 C
Bhubaneswar

ଶତ୍ରୁର ନିଦ ଉଡାଇବ ଏହି ବେଲୁନ, ଡିଆରଡିଓ ପ୍ରସ୍ତୁତ କଲା ‘ଇନ୍ଦ୍ରଜାଲ’

ନୂଆଦିଲ୍ଲୀ : ଡିଆରଡିଓ ଦ୍ବାରା କରାଯାଇଥିବା ପ୍ରଥମ ପରୀକ୍ଷଣ ମଧ୍ୟପ୍ରଦେଶର ଶ୍ୟେପୁରରେ କରାଯାଇଛି । ପରୀକ୍ଷଣ ପରେ ଏହି ବେଲୁନ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ଯିବା ସହ ପ୍ରାୟ ୬୨ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଉଡିଥିଲା । ଏହି ଉଡାଣ ସମୟରେ ବେଲୁନ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭୂମିକୁ ପଠାଇଥିଲା । ଏହା ସହିତ ଏକ ଜରୁରି ଉପକରଣ ମଧ୍ୟ ପଠାଯାଇଛି ଯାହା ଡାଟା ଏକାଠି କରୁଛି । ଏହା ସାହାଯ୍ୟରେ ଡିଆରଡିଓ ଭବିଷ୍ୟତ ପାଇଁ ଅଧିକ ଉତ୍ତମ ମଡେଲ ପ୍ରସ୍ତୁତ କରିବ କାରଣ ଏହା ଏବେ ଏକ ନମୁନା ମାତ୍ର । ଯେଉଁଠି ଲଢୁଆ ବିମାନ ଏବଂ ଡ୍ରୋନ୍ ପହଞ୍ଚି ପାରୁନାହାଁନ୍ତି ସେହି ଉଚ୍ଚତାରେ ଏହି ବେଲୁନ ଅତି ସହଜରେ ପହଞ୍ଚି ପାରୁଛି । ଏହା ଆକାଶରେ ଥାଇ ଏକ ବଡ କ୍ଷେତ୍ର ସମ୍ପର୍କରେ ଅକ୍ଲେଶରେ ସୂଚନା ପ୍ରଦାନ କରିପାରିବ ।

ଏହାକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମଧ୍ୟ ବହୁତ କମ୍ ହୋଇଥାଏ । ଫାଇଟର ଜେଟ୍ ବା ଅତ୍ୟାଧୁନିକ ଡ୍ରୋନ୍ ପ୍ରସ୍ତୁତ ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଏହି ବେଲୁନ ମାତ୍ର ୮ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଯାଏ । ଏହା ଉପରେ ରହି ଶତ୍ରୁ ପକ୍ଷର ଫଟୋ ପଠାଇବା ସହ ରେଡିଓ ସିଗନାଲ୍ ଧରିପାରିବ । ଶତ୍ରୁ ପକ୍ଷର ସିଗନାଲ୍ ଜାମ୍ ମଧ୍ୟ କରିପାରିବ ଏହି ବେଲୁନ୍ । ତେବେ ଏହା ଉପଗ୍ରହ ଭଳି ନିଜ ସହିତ ଅଧିକ ଉପକରଣ ନେଇପାରିବନାହିଁ ଏବଂ ଅଧିକ ଜୋରରେ ପବନ ବହିଲେ ଏହା ସୀମା ଅତିକ୍ରମ କରି ଅନ୍ୟ ଦେଶକୁ ଯିବା ଫଳରେ ବିବାଦ ମଧ୍ୟ ହୋଇପାରେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories