www.samajalive.in
Monday, December 8, 2025
27.1 C
Bhubaneswar

ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସୁପ୍ରିମକୋର୍ଟ ବିଚାରପତି

ସମାଜ ଡିଜିଟାଲ ଡେସ୍କ: ସୁପ୍ରିମକୋର୍ଟ ବିଚାରପତିମାନଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରାଯାଇଛି। ବିଚାରପତିମାନଙ୍କ ସମ୍ପତ୍ତି ଚିଠା କୋର୍ଟର ଓ୍ବେବସାଇଟରେ ଅପଲୋଡ୍‌ କରାଯାଇଛି। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ସହିତ ସୁପ୍ରିମକୋର୍ଟଙ୍କ ପକ୍ଷରୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ମୂଲ୍ୟାଙ୍କନ ମାନଦଣ୍ଡକୁ ଅନଲାଇନ ଜରିଆରେ ପ୍ରକାଶ କରାଯାଇଛି। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ସାର୍ବଜନୀନ କରିଛନ୍ତି।

ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତର ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ ଅଦାଲତ ୨୦୨୫ ଏପ୍ରିଲ ୧ରେ ନିଷ୍ପତ୍ତି ନେଇଛନ୍ତି ଯେ, ଏହି କୋର୍ଟର ବିଚାରପତିମାନଙ୍କ ସମ୍ପତ୍ତି ସମ୍ପର୍କିତ ସୂଚନା ଅଦାଲତଙ୍କ ଓ୍ବେବସାଇଟରେ ଅପଲୋଡ କରି ସାବଜନୀନ ଡୋମେନରେ ରଖାଯିବ। ପୂର୍ବରୁ ମିଳିଥିବା ବିଚାରପତିମାନଙ୍କ ସମ୍ପତ୍ତି ତାଲିକା ଅପଲୋଡ୍‌ କରାଯାଇସାରିଛି। ଅନ୍ୟ ବିଚାରପତିମାନଙ୍କ ସମ୍ପତ୍ତି ତଥ୍ୟ ହସ୍ତଗତ ହେବା ପରେ ତାହାକୁ ଅପଲୋଡ୍ କରାଯିବ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories