www.samajalive.in
Sunday, December 7, 2025
14.1 C
Bhubaneswar

କଣ୍ଟାବାଞ୍ଝି ସଭାରେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

ଭୁବନେଶ୍ଵର: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିଠାରେ ଗୁରୁବାର ଓବିସି ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସଭାରେ ଉଦବୋଧନ ଦେଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ରାଜ୍ୟବାସୀଙ୍କ ବିକାଶ କଥା ଆଦୌ ଚିନ୍ତା କରୁନାହାନ୍ତି। ଯୁଆଡ଼େ ଯାଉଛନ୍ତି କେବଳ ଭାଷଣ ଦେଉଛନ୍ତି, ତାହା ପୁଣି ଦେଢ଼ ମିନିଟରେ ସୀମିତ ରହୁଛି। ମୁଖ୍ୟମନ୍ତ୍ରୀ କୁଆଡ଼େ ନିଜେ ଭାଷଣ ନ ଦେଇ ଭିଡିଓ ରେକର୍ଡିଂ ଶୁଣାଉଛନ୍ତି। ସମସ୍ତ ସଭାରେ ପଚାରୁଛନ୍ତି ‘ଆପଣମାନେ ଖୁସି ତ, ମୁଁ ବହୁତ ଖୁସି’। ୧୯ ବର୍ଷର ଶାସନ ପରେ ବି ଚାଷକୁ ପାଣିମୁନ୍ଦେ କିମ୍ବା ଘରକୁ ପାଣିବୁନ୍ଦେ ଦେଇପାରୁ ନାହାନ୍ତି। ଏଥଆରେ ପୁଣି ପଚାରୁଛନ୍ତି ଆପଣମାନେ ଖୁସି ତ? ରାଜ୍ୟରେ ବେକାରୀ ସମସ୍ୟା ବଢ଼ି ଚାଲିଛି। ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ। ଓଡ଼ିଶା ସରକାର କେନ୍ଦ୍ରର ଯୋଜନା ହଡ଼ପ କରିବା ସହ ଏମଜିଏନଆରଇଜିଏସରେ ଆସୁଥିବା ଟଙ୍କା ହରିଲୁଟ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହି ଅବସରରେ ବିଜେପି ପକ୍ଷରୁ ଏକ ରୋଡ ଶୋ’ ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ, ବରିଷ୍ଠ ବିଜେପି ନେତା ତଥା ବିଧାୟକ କନକ ବର୍ଦ୍ଧନ ସିଂହ ଦେଓ ଏବଂ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories