www.samajalive.in
Monday, December 8, 2025
27.1 C
Bhubaneswar

ଠାକୁରମୁଣ୍ଡା ଲକ୍ଷ୍ମୀ ବସ୍‌-ହାଇୱା ମୁହାଁମୁହିଁ ଧକ୍କା

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆ ନିକଟ ଘୋଡାଘାଟି ନିକଟରେ ଆଜି ପ୍ରାୟ ୧୦ ଟା ସମୟରେ ଲକ୍ଷ୍ମୀ ବସ ସହିତ ଏକ ହାଇୱାର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ହାଇୱା ଓ ବସ ଡ୍ରାଇଭରଙ୍କ ସମେତ ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଦୁର୍ଘଟଣା ସ୍ଥଳରୁ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡି ଓ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ଖବର ପାଇ ମହୁଲଡ଼ିହା ଥାନା ପୋଲିସ ଓ ଠାକୁରମୁଣ୍ଡା ବିଡ଼ିଓ, ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବ୍ଲକ ଶାଳଚୁଆ ଠାରୁ ଲକ୍ଷ୍ମୀ ବସ ନମ୍ବର ଓଡ଼ି ୧୧ ଏ ଈ ୩୪୬୩ ରେ ଯାତ୍ରୀ ମାନଙ୍କୁ ନେଇ ବସ ଠାକୁରମୁଣ୍ଡା ଆସୁଥିବା ବେଳେ ବିପରୀତ ଦିଗରୁ ଠାକୁରମୁଣ୍ଡା ପଟୁ ଜେ ଏଚ ୦୫ ଟିସି ୨୩୯୫ ନମ୍ବର ବିଶିଷ୍ଟ ନୂଆ ୧୨ ଚକିଆ ହାଇୱା ଆନନ୍ଦପୁର ଆଡକୁ ଯାଉଥିବା ବେଳେ ସାତକୋଶିଆ ନିକଟ ଘୋଡାଘାଟି ଠାରେ ବସ ସହିତ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ବହୁ ସମୟ ଧରି ଉଭୟ ଗାଡ଼ିର ଡ୍ରାଇଭର ଚାପିହୋଇ ରହିଥିଲେ, ଉଧାର ପରେ ରାସ୍ତା ଉପରୁ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜେସିବି ସାହାଯ୍ୟରେ ହଟାଯାଇଛି। ଦୁର୍ଘଟଣା ପରେ ପ୍ରାୟ ୧ ଘଣ୍ଟା ଧରି ରାସ୍ତା ଜାମ ହୋଈ ଯାନବାହନ ଚଳାଚଳ ବନ୍ଦ ହୋଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories