www.samajalive.in
Monday, December 8, 2025
27.1 C
Bhubaneswar

ଲଗାତର ୧୧ତମ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜବାବରେ ଗର୍ଜିଲା ଭାରତୀୟ ସେନା ବନ୍ଧୁକ

ଜମ୍ମୁ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲଓସି)ରେ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଚାଳନା କରିଆସୁଛି। ବିନା ପ୍ରରୋଚନାରେ ପାକିସ୍ତାନୀ ପୋଷ୍ଟରୁ ଏହି ଗୁଳିଚାଳନା ଗୋଟିଏ କିମ୍ବା ଦୁଇଟି ସେକ୍ଟର ମଧ୍ୟରେ ସୀମିତ ହୋଇ ରହିନାହିଁ। ବରଂ ଏକକାଳୀନ ଅନେକ ସେକ୍ଟରରେ ଗୁଳିଚାଳନା ହେଉଛି। ତେବେ ଭାରତୀୟ ଯବାନମାନେ ଗୁଳିମାଡ଼ର ମୁହଁତୋଡ଼ ଜବାବ ଦେଉଛନ୍ତି। ପହଲଗାମ ଆକ୍ରମଣ ପରେ ଗତ ରାତିରେ ପାକିସ୍ତାନ ଲଗାତର ୧୧ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ ଜମ୍ମୁ-କାଶ୍ମୀରର କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ରଜୌରୀ, ମେଣ୍ଢର, ନୌଶେରା, ସୁନ୍ଦରବନୀ ଏବଂ ଅଖନୁର ଆଖପାଖ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ବିନା ପ୍ରରୋଚନାରେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା କରିଥିଲେ। ଭାରତୀୟ ସେନା ତୁରନ୍ତ ଏବଂ ଉପଯୁକ୍ତ ଜବାବ ଦେଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories