www.samajalive.in
Friday, December 5, 2025
26.1 C
Bhubaneswar

ଓୱେସୀଙ୍କ ହୁଙ୍କାର: ଏଥର କେବଳ ପାକିସ୍ତାନରେ ପଶି ମାରନି, କବ୍‌ଜା କର

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣକୁ ନେଇ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ପାକିସ୍ତାନ ସେନାକୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି। ସେ ପାକିସ୍ତାନର ତୁଳନା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ସହିତ କରିଛନ୍ତି। ବର୍ତ୍ତମାନ ପାକ୍‌ ସେନା ମୁଖ୍ୟ ଅସିମ ମୁନିରଙ୍କୁ ବି ସେ ତୀବ୍ର ସମାଲୋଚନା କରିଛନ୍ତି। ଓୱେସୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ, ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ୨୦୧୯ ପଠାନକୋଟ ଆକ୍ରମଣ ଏବଂ ଭାରତର ଏୟାରଷ୍ଟ୍ରାଇକକୁ ଉଦାହରଣ ଦେଇ ୱୱେସୀ କହିଛନ୍ତି, ଏଥର କିନ୍ତୁ କେବଳ ପାକିସ୍ତାନ ଘରେ ପଶି ମାରନାହିଁ, କବଜା କର। ୨୦୧୯ରେ ଆମ ନିକଟରେ ସୁଯୋଗ ଥିଲା। ଯେଉଁଠାରୁ ଆମ ଦେଶକୁ ଆତଙ୍କୀ ଆସୁଛନ୍ତି, ସେହି ଅଞ୍ଚଳକୁ ଆମେ କବଜା କରିନେବାର ଥିଲା। ମୋଦୀ ସରକାରକୁ ଏତିକି କହିବାକୁ ଚାହୁଁଛି, ଏଥର ଯଦି ଆମେ ତାଙ୍କ ଘରେ ପଶୁଛେ, ତେବେ ଆମକୁ ସେଠାରେ ବସିଯିବାର ଅଛି। ସେହି ଅଞ୍ଚଳକୁ ଦଖଲକୁ ନେବାର ଅଛି। ପାକ୍‌ ଅଧିକୃତ କାଶ୍ମୀର(ପିଓକେ) ସମ୍ପର୍କରେ ଓୱେସୀ କହିଥିଲେ, ପିଓକେ ଭାରତ ଅଂଶ ଏବଂ ଏହା ଆମ ସଂସଦର ସଙ୍କଳ୍ପ। ପିଓକେ ଦେଶର ଅଭିନ୍ନ ଅଂଶ। ଏହାକୁ କେହି ମନା କରିପାରିବେ ନାହିଁ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories