www.samajalive.in
Wednesday, December 10, 2025
26.1 C
Bhubaneswar

ହୁମା ରେଳ ଷ୍ଟେସନରେ ନାହିଁ ସେଡ୍‌, ଅସୁବିଧାରେ ଯାତ୍ରୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଅପେକ୍ଷା କରିବା ନିମନ୍ତେ ସେଡ୍ ନଥିବା ଯୋଗୁଁଁ ବାଧ୍ୟ ହୋଇ ଦୀର୍ଘ ସମୟ ଖରା, ବର୍ଷାରେ ରହୁଛନ୍ତି ଯାତ୍ରୀ। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏହି ଷ୍ଟେସନ ଉପରେ ଯାତାୟାତ ପାଇଁ ଗଞ୍ଜାମ ବ୍ଲକର ଦଶଟି ପଂଚାୟତ ସମେତ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଲକର ଅନେକ ପଂଚାୟତ ନିର୍ଭର କରିଥା’ନ୍ତି। ଅନ୍ୟପଟେ ଷ୍ଟେସନଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି ଏସିଆ ମହାଦେଶର ପ୍ରସିଦ୍ଧ ହୁମା ଶୁଖୁଆ ହାଟ। ବ୍ୟବସାୟ ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସିଥାନ୍ତି। ସୁବୁ ଦୃଷ୍ଟିରୁ ଏହି ଷ୍ଟେସନ ଗୁରୁତ୍ୱ ବହନ କରିଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଭଲ ପ୍ଲାଟଫର୍ମ ନାହିଁ, ଯାହାକି ବଡ଼ ବିଡମ୍ବନା ବିଷୟ ବୋଲି ଶୁଖୁଆ ବ୍ୟବସାୟୀମାନେ କହିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଏହି ଷ୍ଟେସନ ଉପରେ ଗଞ୍ଜାମ ବ୍ଲକର ହୁମା, ସୁବଳୟା, ସାନ ରାମଚନ୍ଦ୍ରପୁର, ରାମଗଡ଼, ଝାରେଡି ରାଧାଗୋବିନ୍ଦପୁର, ଖଣ୍ଡ ଦେଉଳି, ପୋଇରସି, ପାଳିବନ୍ଦ, ସନ୍ତୋଷପୁର, ମଲାଡ଼ ପଂଚାୟତ ଏବଂ କୃଷ୍ଣ ପ୍ରସାଦ ବ୍ଲକର ଅନେକ ପଂଚାୟତ ଲୋକମାନେ ନିର୍ଭର କରିଥାନ୍ତି। ଯାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories