ମଣିଷ ଶରୀରରେ ଶର୍କରାର ମାତ୍ରା ବୃଦ୍ଧି ପାଇଲେ ମଧୁମେହ ଅବା ଡାଇବେଟିସ କୁହାଯାଏ। ଏହାକୁ କେବଳ ଏକ ରୋଗ ନୁହେଁ ବରଂ ସମସ୍ତ ରୋଗର ମୂଳ ଉତ୍ସ ବୋଲି କୁହାଯାଏ। ତେବେ ଆଧ୍ୟାତ୍ମିକ ମାର୍ଗରେ ଏହାର ଚିକିତ୍ସା ସମ୍ଭବ ବୋଲି ତେଲଙ୍ଗାନାର ରାଜଧାନୀ ହାଇଦରାବାଦର ଓସମାନିଆ ଜେନେରାଲ ହାସ୍ପାତାଳର ଡ଼ାକ୍ତରଙ୍କ ସମେତ ଏକ ଗବେଷକ ଦଳ ମତ ଦେଇଛନ୍ତି। ଆଉ ସେହି ଆଧ୍ୟାତ୍ମିକ ଉତ୍ସ ହେଉଛି ‘ଭଗବତଗୀତା’।
ଗବେଷକମାନଙ୍କର ମତ ହେଉଛି ‘ଭଗବତଗୀତା’ରେ ଅର୍ଜୁନ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ମଧ୍ୟରେ ହୋଇଥିବା କଥୋପକଥନକୁ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପାରିବ। ବିଶେଷକରି ମଧୁମେହ ଭଳି ପୁରୁଣା ରୋଗର ଚିକିତ୍ସାରେ ଏହାକୁ ବ୍ୟବହାର କରାଯାଇ ପାରିବ। ଗବେଷକମାନେ ମତ ଦେଇଛନ୍ତି ଯେ, ଭଗବତଗୀତାର ଶ୍ଳୋକରେ ଜୀବନରେ ବିଭିନ୍ନ ପରିସ୍ଥିତି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।

କ’ଣ କହୁଛି ଗୀତା
ଗବେଷକମାନଙ୍କ କହିବା ଅନୁସାରେ ‘ଗୀତା’ ନକରାତ୍ମକ ସ୍ଥିତିକୁ ଚିହ୍ନଟ କରିଥାଏ ଆଉ ତାହା ସହିତ ଳଢିବା ପାଇଁ ସକରାତ୍ମକ କୌଶଳ ବତାଇଥାଏ। ଯାହା ଭଗବାନ କୃଷ୍ଣ କହିଥିଲେ ଆଉ ଅର୍ଜୁନ ତାହାକୁ ପାଳନ କରିଥିଲେ। ଗବେଷକମାନେ କହିଛନ୍ତି କି ମଧୁମେହ ଏକ ଜୀବନଶୈଳୀ ଜନିତ ରୋଗ ଅର୍ଥାତ ଏହା ଆପଣଙ୍କ ଜୀବନଶୈଳୀ ସହିତ ଜଡିତ। ଏଥିପାଇଁ ଏହାର ଚିକିତ୍ସା ନିମନ୍ତେ ଜୀବନଶୈଳୀରେ ସଂମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ଜରୁରୀ, ଯାହାକୁ ଖାଦ୍ୟପେୟ ଏବଂ ବ୍ୟାୟାମ ଆଦି ମୌଳିକ କାର୍ଯ୍ୟକଳାପ ଦ୍ୱାରା ପରିବର୍ତ୍ତନ ହେବା ଦରକାର। ଗବେଷକମାନେ କହିଛନ୍ତି ଯେ, ଭଗବତଗୀତାର ଶିକ୍ଷାଗୁଡିକର ଉପଯୋଗ କରି ଏହାର ମୁକାବିଲା କରିବାରେ ସହାୟତା ମିଳି ପାରିବ।
ଦେଶ-ବିଦେଶର ଡ଼ାକ୍ତର ଗବେଷଣାରେ ସାମିଲ
ଏହି ଅଧ୍ୟୟନ ଇଣ୍ଡିଆନ ‘ଜର୍ଣ୍ଣାଲ ଅଫ ଏଣ୍ଡୋକ୍ରିନୋଲୋଜି ଏଣ୍ଡ ମେଟାବଲିଜିମ୍’ରେ ପ୍ରକାଶିତ ହୋଇଛି। ଏଥିରେ ଦେଶ ବିଦେଶର ଅନେକ ହାସ୍ପାତାଳ ଏବଂ ଗବେଷଣା ଅନୁଷ୍ଠାନର ଡ଼ାକ୍ତର ଏବଂ ଗବେଷକ ସାମିଲ ହୋଇଥିଲେ। ଏପରିକି ବାଂଲାଦେଶ ଏବଂ ପାକିସ୍ତାନର ଗବେଷକ ସାମିଲ ହୋଇଥିଲେ।

ରୋଗୀ ପାଇଁ ଭଗବତଗୀତାର ଆବଶ୍ୟକତା କାହିଁକି?
ଗବେଷକମାନଙ୍କ ମତ ହେଲା ‘ଭଗବତ ଗୀତା ଏକ ଧାର୍ମୀକ ଅବା ଦାର୍ଶନିକ ପୁସ୍ତକ ଠାରୁ ଅନେକ ଗୁଣ ଅଧିକ। ଏଥିରେ ୭୦୦ରୁ ଅଧିକ ଶ୍ଳୋକ ଜୀବନର ପ୍ରତ୍ୟେକ ଦିଗକୁ ଗଭୀର ଭାବେ ବୁଝିବାରେ ସାହାଯ୍ୟ କରିଥାଏ ଏବଂ ଏହା ମଧ୍ୟ ସାରା ଦୁନିଆ ପାଇଁ ହେଉଛି ପ୍ରାସଙ୍ଗିକ।’
ଏହା ବ୍ୟତୀତ ସେମାନେ କହିଛନ୍ତି ଯେ, ମଦୁମେହ ହେବାପରେ ପୀଡିତ ବ୍ୟକ୍ତି ସବୁବେଳେ ଦୁ!ଖର ଭାବନା ଘେରି ନେଇଥାଏ। କାରଣ ତାକୁ ତା’ ଜୀବନରୁ ସବୁଠାରୁ ପ୍ରିୟ ଜିନିଷ ଗୁଡିକ ମଧ୍ୟରୁ କିଛିକୁ ଛାଡିବାକୁ ପଡିଥାଏ।
ବହୁତ ପ୍ରାସଙ୍ଗିକ ହେଉଛି ଭଗବତ ଗୀତା
ଗବେଷକମାନଙ୍କ ମତରେ ‘ସେମାନଙ୍କୁ ସଂଜମ ଆଚରଣ କରିବା, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଡ଼ାକ୍ତରୀ ପରାମର୍ଶ ଉପରେ ଗୁରୁତ୍ୱ ଦେବାକୁ ପ୍ରେରରା ଦେବାକୁ ପଡିଥାଏ। ରକ୍ତରେ ଗ୍ଲୁକୋଜର ମାତ୍ରା ଏବଂ ଇନସୁଲିନ୍ ନେଲେ ମଧ୍ୟ ସମସ୍ତେ ଶରୀର ପ୍ରତି ଭଲ ଧ୍ୟାନ ଦେଇ ପାରନ୍ତି ନାହିଁ। ଆଉ ସେତେବେଳେ ଗୀତାର ଆବଶ୍ୟକତା ପଡିଥାଏ।’



