www.samajalive.in
Monday, December 8, 2025
27.1 C
Bhubaneswar

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କଲେ ଶିକ୍ଷକ 

ଗୁଣୁପୁର: ବନ ବିଭାଗର ଅନେକ ସଚେତନତା ପରେ ମଧ୍ୟ ଜଙ୍ଗଲରେ ଅଜଣା ଦୁର୍ବୃତ୍ତ ନିଆଁ ଲଗାଉଥିବା ଘଟଣା ସାମ୍ନାକୁ ଆସୁଛି। ଗୋଟିଏ ପଟେ ଖରାର ତାତି ବଢୁଥିବା ବେଳେ ଅନ୍ୟପଟେ ଜଙ୍ଗଲ ନିଆଁ ମଣିଷକୁ ଅସ୍ତବ୍ୟସ୍ତ କରି ପକାଉଛି। ଗୁଣୁପୁର ସହର ନିକଟ ସେଫାଳି ପାହଡରେ କୈାଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ସଂନ୍ଧ୍ୟା ସମୟରେ ଦୁଇ ଶିକ୍ଷକ ପାହଡକୁ ଯିବା ସମୟରେ ଜଙ୍ଗଲରେ ପ୍ରବଳ ନିଆଁ ଲାଗିଥିବା ଦେଖିଥିଲେ। ବହୁ ଗଛ ପୋଡି ଯାଉଥିବା ବେଳେ ନିଆଁ ଚାରି ଆଡେ ବ୍ୟାପି ଯାଉଥିଲା। ଏହାକୁ ଦେଖି ନିଆଁ ଲିଭାଇବା ପାଇଁ ଦୁଇ ଜଣ ଶିକ୍ଷକ ଡେମ୍ଗୁଡା ପ୍ରାଥମିକ ବିଦ୍ୟାଳୟର ବଳରାମ ପାଣିଗ୍ରାହି, ଜଲତାର ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ରାଜିବ୍ କୁମାର କିଙ୍ଗ୍ ଚେଷ୍ଟା କରି ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ। ଜଙ୍ଗଲରେ ନିଆଁ ପ୍ରବଳ ଲାଗିଥିବାରୁ ଗୁଣୁପୁର ବନ ବିଭାଗକୁ ମଧ୍ୟ ଯୋଗାଯୋଗ କରାଯାଇଥିଲା। ବନ ବିଭାଗ କର୍ମଚାରୀ ଆସିବା ସମୟରେ ନିଆଁକୁ ଆୟତ୍ତ କରି ସାରିଥିଲେ ଏହି ଦୁଇ ଶିକ୍ଷକ। ଶିକ୍ଷକଙ୍କ ଏଭଳି କାର୍ଯ୍ୟରେ ବନ ବିଭାଗ ଓ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories