www.samajalive.in
Friday, December 5, 2025
27.1 C
Bhubaneswar

ଗ୍ରାମୀଣ ଡାକସେବକ ନିଯୁକ୍ତି ମାମଲା; ୫ ଜିଲାର ୧୨ ସ୍ଥାନରେ ସିବିଆଇ ଚଢ଼ଉ

ଭୁବନେଶ୍ବର/ ସମ୍ବଲପୁର/ବଲାଙ୍ଗିର/କେସିଙ୍ଗା: ଜାଲ୍ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (ଜିଡିଏସ୍‌) ନିଯୁକ୍ତି ମାମଲାରେ ସିବିଆଇ ବୁଧବାର ଓଡ଼ିଶାର ୫ ଜିଲାର ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ଚଢ଼ଉରେ ତଦନ୍ତକାରୀ ସଂସ୍ଥା ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଲାଗିଛି। ଏହି ମାମଲାରେ ସିବିଆଇ ୨୦୨୪ ଜୁନ୍‌ ୧୩ରେ ରାଜ୍ୟର ପ୍ରାୟ ୬୭ଟି ସ୍ଥାନରେ ଚଢ଼ଉ କରିଥିଲା। ବୁଧବାର ସିବିଆଇ ପକ୍ଷରୁ ପୁଣି ଭୁବନେଶ୍ବର ସମେତ କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର ଓ କେନ୍ଦୁଝରରେ ଚଢ଼ଉ କରିଛି। କଳାହାଣ୍ଡି ଜିଲାର ମ. ରାମପୁର ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିବାବେଳେ କେସିଙ୍ଗା ବ୍ଳକ କୁଣ୍ଡାବନ୍ଧ ଗ୍ରାମର ଜନୈକ ଡାକ କର୍ମଚାରୀଙ୍କ ଅଫିସ ଓ ଘର ଉପରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୭ରେ ୧୩୮୨ଟି ଜିଡିଏସ୍‌ ପଦ ପାଇଁ ଚାକିରି ଆଶାୟୀ ଅନଲାଇନ୍‌ରେ ଆବେଦନ କରିଥିଲେ। ଆବେଦନ ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ୍ ରହିଥିଲା। ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ଆଧାରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା। ମେଧା ତାଲିକା ପ୍ରକାଶର ୧୫ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ସହ ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ଆବେଦନକାରୀଙ୍କୁ ଏସଏମଏସ ଓ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଥିଲା। ହେଲେ ସାର୍ଟିଫିକେଟ ଯାଞ୍ଚ ବେଳେ ବିଭିନ୍ନ ପୋଷ୍ଟାଲ ଡିଭିଜନରେ ୬୩ ଜଣ ଆବେଦନକାରୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା। ଏନେଇ ସିବିଆଇରେ ଡାକ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା। ୨୦୨୩ ମେ’ ୯ରେ ସିବିଆଇ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବାଲେଶ୍ବର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର ଏବଂ ବ୍ରହ୍ମପୁର ପୋଷ୍ଟାଲ ଡିଭିଜନରେ ନକଲି ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ତଦନ୍ତରୁ ସିବିଆଇ ଜାଣିବାକୁ ପାଇଥିଲା। ଏହି ମାଟ୍ରିକ ସାର୍ଟିଫିକେଟ ଗୁଡ଼ିକ ମୁଖ୍ୟତଃ ଆହ୍ଲାବାଦ ବୋର୍ଡ, ପଶ୍ଚିମବଙ୍ଗ ବୋର୍ଡ, ଝାଡ଼ଖଣ୍ଡ ଏକାଡେମୀ କାଉନସିଲର ରହିଥିଲା। ଆବେଦନକାରୀ କୌଣସି ଜାଲ୍ ରାକେଟଠାରୁ ଏଗୁଡ଼ିକୁ ହାତେଇଥିବା ସିବିଆଇ ସନ୍ଦେହ କରିଥିଲା। ଏଥିରେ ସମ୍ପୃକ୍ତ ୪ରୁ ଅଧିକ ଅଭିଯୁକ୍ତଙ୍କୁ ସିବିଆଇ ପୂର୍ବରୁ ଗିରଫ କରିଛି। ମାମଲାରେ ୫୮ ଜଣଙ୍କ ନାମରେ ଅଦାଲତ ଚାର୍ଜସିଟ୍‌ ଦାଖଲ କରି ସାରିଛି। ଏହା ମଧ୍ୟରେ ୫୫ ଜଣ ପ୍ରାର୍ଥୀ ଥିବାବେଳେ ୩ ଜଣ ଦଲାଲ ରହିଛନ୍ତି। ଆଗାମୀ ଦିନରେ ଗିରଫ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories