www.samajalive.in
Wednesday, December 10, 2025
18.1 C
Bhubaneswar

୨୪ଘଣ୍ଟା ହେଲା ପଡ଼ିଛି ମୃତଦେହ, ଧାରଣାରେ ଆଦିବାସୀ: ଏଡୁଆଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବି କଲେ ଭକ୍ତ

ସମାଜ ଡିଜିଟାଲ ଡେସ୍କ: ରାଉରକେଲାରେ ଆଦାନୀ କମ୍ପାନୀ ପକ୍ଷରୁ ନୂଆ ରେଳ ଲାଇନ ନିର୍ମାଣ ବିରୋଧରେ ଧାରଣାରତ ଆଦିବାସୀ ଯୁବକଙ୍କ ଉପରେ ଡୋଜର ମାଡ଼ିଯିବା ଘଟଣାକୁ ନେଇ ବୃଦ୍ଧି ପାଉଛି ଉତ୍ତେଜନା। ଶନିବାର ଏଡୁଆ ଏକ୍କାଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ପ୍ରତିବାଦ କରି ଗତ ୨୪ ଘଣ୍ଟା ହେଲା ଧାରଣାରେ ବସିଛନ୍ତି ଆଦିବାସୀ ସମୁଦାୟ। କ୍ଷତିପୂରଣ ଦାବିରେ ମୃତଦେହ ରଖି ସେମାନେ ଧାରଣାରେ ବସିଛନ୍ତି। ଅପରପକ୍ଷେ ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜ ମନ୍ତବ୍ୟରେ କହିଛନ୍ତି, ତୁରନ୍ତ ସେଠାରେ କାମ ବନ୍ଦ କରି ଲୋକଙ୍କ ସମସ୍ୟା ଶୁଣନ୍ତୁ ସ୍ଥାନୀୟ ପ୍ରଶାସନ। ଏଥିସହ ମୃତ ଯୁବକ ଏଡୁଆ ଏକ୍କାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ସହ ପରିବାରକୁ ନିଯୁକ୍ତି ଦିଆଯାଉ ବୋଲି ସେ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories