ଭୁବନେଶ୍ଵର: ରାଜଧାନୀ ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ଟ୍ବିଷ୍ଟ। ନିଜେ ନିଜକୁ ଗୁଳି କରିଥିଲା ଜେଲ ଫେରନ୍ତା ଅଭିଯୁକ୍ତ। ୨୦୨୪ ମସିହାରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇ ଫେରିଥିଲା। ଦୁଷ୍କର୍ମ ପୀଡିତା ପରିବାର ଲୋକଙ୍କୁ ଫସାଇବାକୁ ଉଦ୍ୟମ କରି ନିଜେ ଫସିଥିଲା। ବନ୍ଧୁକ ଯୋଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍ ଅଟକ ରଖିଛି। ଗୁଳି ଫୁଟିଥିବା ବନ୍ଧୁକକୁ ଜବତ କରିବାକୁ ଉଦ୍ୟମ ଜାରି ରହିଛି। ତେବେ ଫସାଇବାକୁ ଯାଇ ଫସିଥିବା ଯୁବକ କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Popular Categories



