www.samajalive.in
Friday, December 5, 2025
27.1 C
Bhubaneswar

‘ସମାଜ’ ପ୍ରଭାବ: ଶ୍ରେଣୀ କୋଠରୀ ପାଇଁ ଟଙ୍କା ମଞ୍ଜୁର ଓ ଶିକ୍ଷକ ନିଯୁକ୍ତ

ରେଙ୍ଗାଲି: ଦୈନିକ ଖବରକାଗଜ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଭାଙ୍ଗିଲା ପ୍ରଶାସନର ନିଦ। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ରେଙ୍ଗାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଜାମବାହାଲ ଗ୍ରାମରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଥିବା ଏବଂ ଗୋଟିଏ କୋଠରୀରେ ୩ଟି ଶ୍ରେଣୀର ପାଠ ଚାଲିଥିବା ଆଦି ଦୁରବସ୍ଥା ସଂକ୍ରାନ୍ତରେ ଡିସେମ୍ବର ୪ ତାରିଖରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେଲା ପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି ବୋଲି ବିଡିଓ ପ୍ରୀତମ କୁମାର ତନ୍ତୀ ସୂଚନା ଦେଇଛନ୍ତି। ଏହାବ୍ୟତୀତ ସ୍କୁଲର ଏକ ମାତ୍ର ଛାତ ପଡ଼ିଥିବା କୋଠରି ଛାତରୁ ବର୍ଷା ଋତୁରେ ପାଣି ଗଳୁ ଥିବାରୁ ଛାତର ମରାମତି ତଥା ଛାତ ଉପରେ ବ୍ଳୁ-ସିଟ୍ ଲଗାଇବା କାମ ଆରମ୍ଭ ହୋଇଛି। ଶ୍ରେଣୀ କୋଠରୀର ଛାତରୁ ସିମେଣ୍ଟ ଅତଡା ଖସି ପଡୁଥିବାରୁ ଗତ ଜାନୁଆରୀ ମାସରୁ ସ୍କୁଲ ବାରଣ୍ଡାରେ ପାଠପଢା ଚାଲିଛି। ଏଣୁ ଶୀଘ୍ର ନୂତନ ଶ୍ରେଣୀ କୋଠରୀ ନିର୍ମାଣ କାମ ଆରମ୍ଭ କରି ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି। ଉପରୋକ୍ତ ପଦକ୍ଷେପ ବ୍ୟତୀତ ଦୀର୍ଘ ବର୍ଷ ହେଲା ଏହି ସ୍କୁଲର ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଶିକ୍ଷାଦାନ କରୁଥିବାରୁ ଆଉ ଜଣେ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଡେପୁଟେସନରେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories