www.samajalive.in
Tuesday, December 9, 2025
16.1 C
Bhubaneswar

ବିଦେଶୀ ରାଷ୍ଟ୍ରଦୂତଙ୍କୁ ବ୍ଲାକମେଲିଂ ଅଭିଯୋଗ, ବାଂଲାଦେଶ ମଡେଲ ଗିରଫ

ଢାକା: ଢାକାରେ ଅବସ୍ଥାପିତ ସାଉଦି ଆରବ ରାଷ୍ଟ୍ରଦୂତଙ୍କୁ ବ୍ଲାକମେଲ କରି ୫ ନିୟୁତ ଡଲାର ଆଦାୟ ଉଦ୍ୟମ କରୁଥିବା ଅଭିଯୋଗରେ ବାଂଲାଦେଶ ପୁଲିସ ଇତିମଧ୍ୟରେ ଜଣେ ୩୦ ବର୍ଷୀୟା ମଡେଲ ମେଘନା ଆଲମଙ୍କୁ ଗିରଫ କରିଛି। ମେଘନାଙ୍କ ସହ ଏହି ୠାକେଟରେ ଅନ୍ୟ କେତେକ ସଂପୃକ୍ତ ଥିବା ପୁଲିସ ଆଶଙ୍କା କରୁଛି। ବାଂଲାଦେଶର ପ୍ରାୟ ୨୦ ଲକ୍ଷ ଲୋକ ବର୍ତ୍ତମାନ ସାଉଦି ଆରବରେ କାର୍ଯ୍ୟରତ ଅଛନ୍ତି। ଏହା ବ୍ୟତୀତ ସାଉଦି ଆରବ ସରକାର ବାଂଲାଦେଶକୁ ଆର୍ଥିକ ସହାୟତା ଯୋଗାଇ ଆସୁଛି। ଏହି ପରିପ୍ରେକ୍ଷୀରେ ଏହି ବ୍ଲାକମେଲିଂ ଘଟଣାକୁ ନେଇ ସାଉଦି ଆରବ ସହ କୂଟନୈତିକ ସମ୍ପର୍କ ଖରାପ କରିବାକୁ ବାଂଲାଦେଶ ସରକାର ଆଦୌ ଚାହୁଁ ନାହାନ୍ତି। ଗୁରୁବାର ମେଘନାଙ୍କୁ ଅଦାଲତରେ ହାଜର କରାଯାଇଥିବାବେଳେ ସେ ଗିରଫଦାରିକୁ ବିରୋଧ କରିଛନ୍ତି। ଅପରପକ୍ଷରେ ସଂପୃକ୍ତ ରାଷ୍ଟ୍ରଦୂତ ତାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିବା ମେଘନା ପାଲଟା ଅଭିଯୋଗ କରିଛନ୍ତି। ମେଘନା ପୂର୍ବରୁ ମିସ୍‌ ବାଂଲାଦେଶ ପ୍ରତିଯୋଗିତାରେ ଚମ୍ପିଆନ ହୋଇସାରିଥିବାବେଳେ କେତେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories