www.samajalive.in
Sunday, December 7, 2025
15.1 C
Bhubaneswar

ଡାକ୍ତରଙ୍କ ଗୁରୁତର ତ୍ରୁଟି: ରୋଗୀଙ୍କୁ ଛାଡ଼ି ତାଙ୍କ ବାପାଙ୍କୁ କଲେ ଅପରେସନ

ସମାଜ ଡିଜିଟାଲ ଡେସ୍କ: ଦୁର୍ଘଟଣାର ଶିକାର ରୋଗୀଙ୍କ ଅପରେସନ କରିବା ବଦଳରେ ପକ୍ଷାଘାତରେ ଆକ୍ରାନ୍ତ ତାଙ୍କ ବାପାଙ୍କର ଅପରେସନ କରିଛନ୍ତି ଡାକ୍ତର। ଏଭଳି ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି ରାଜସ୍ଥାନର କୋଟା ମେଡିକାଲ କଲେଜରୁ।

ସୂଚନା ଅନୁସାରେ, ମନିଷ ନାମକ ଜଣେ ଯୁବକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ଶନିବାର ଦିନ ତାଙ୍କର ଅପରେସନ ହେବାର ଥିଲା। ଘରେ ଅନ୍ୟ କୌଣସି ସଦସ୍ୟ ନ ଥିବାରୁ ସହାୟତା କରିବା ଲାଗି ମନିଷ ତାଙ୍କ ବାପାଙ୍କୁ ଡାକ୍ତରଖାନାକୁ ଡକାଇଥିଲେ। ତାଙ୍କ ବାପା ପକ୍ଷାଘାତରେ ଆକ୍ରାନ୍ତ। ମନିଷ ଅପରେସନ ଥିଏଟର ଭିତରେ ଥିବାବେଳେ ତାଙ୍କ ବାପାଙ୍କୁ ବାହାର ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରମାନେ ମନିଷଙ୍କୁ ଛାଡ଼ି ତାଙ୍କ ବାପାଙ୍କୁ ଅପରେସନ କରିଦେଇଥିଲେ। ମନିଷ କହିଛନ୍ତି ଯେ, ଏସବୁ କିପରି ଘଟିଲା ତାହା​‌ ସେ ଜାଣନ୍ତି ନାହିଁ। ତାଙ୍କ ବାପା ବାହାରେ ଅପେକ୍ଷା କରିଥିଲେ। ସେଠାରୁ କୌଣସି ଡାକ୍ତର ତାଙ୍କୁ ଅପରେସନ ଥିଏଟରକୁ ନେଇ ଅପରେସନ କରାଇଥିଲେ। ତାଙ୍କ ବାପା ମଧ୍ୟ ଡାକ୍ତରଙ୍କ ନାଁ ଜାଣି ନ ଥିବା କହିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରମାନେ ମନିଷଙ୍କ ଅପରେସନ କରିଥିଲେ। ଘଟଣା ବିଷୟରେ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories