www.samajalive.in
Friday, December 12, 2025
19.1 C
Bhubaneswar

୯ ମାସ ପରେ ପତ୍ନୀ ହତ୍ୟାକାରୀ ଗିରଫ

ଗୋପାଳପୁର: ମେଡିକାଲରୁ ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଫେରାର ହେବାର ୯ ମାସ ପରେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ବିଶାଖାପାଟଣାରୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଜଣକ ହେଲେ ଜଗନ୍ନାଥପୁର ଓଡିଆରପି କଲୋନୀର ଲକ୍ଷ୍ମୀକାନ୍ତ ଓରଫ ଲକ୍ଷ୍ମୀ ମହାରଣା(୩୨)। ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀ ମହାରାଣା ଗତ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ଆରୁଆପଲ୍ଲୀର ସ୍ବର୍ଗତ କାଳୁ ମହାରଣାଙ୍କ ଝିଅ ରାଣୀ ମାହାରଣାଙ୍କୁ ବୈଦିକ ରୀତିରେ ବିବାହ କରିବାସହ ଦାବି ମୁତାବକ ସମସ୍ତ ଯୌତୁକ ପ୍ରଦାନ କରାଯାଇଥିଲା। ବିବାହର ୨ ମାସ ପରେ ଲକ୍ଷ୍ମୀଙ୍କ ପକ୍ଷରୁ ରାଣୀଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ଆରମ୍ଭ ହୋଇ ଯାଇଥିଲା।

ଗତ ୨୦୨୪ ଜୁଲାଇ ୧୫ ତାରିଖରେ ଲକ୍ଷ୍ମୀଙ୍କ ପକ୍ଷରୁ ରାଣୀଙ୍କୁ ମାରଧର କରିବା ସହ ରାଣୀ ଆତ୍ମହତ୍ୟା କରିଥିବା ରାଣୀଙ୍କ ପରିବାରକୁ ଫୋନ ଯୋଗେ ଖବର ଦେଇଥିଲେ। ପରେ ରାଣୀକୁ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ରାଣୀକୁ ମୃତ୍ୟୁ ଘୋଷଣା କରିଥିଲେ। ଡାକ୍ତରଖାନାରେ ଲକ୍ଷ୍ମୀ ଉପସ୍ଥିତ ରହିଥିବାବେଳେ ରାଣୀଙ୍କ ପରିବାର ପକ୍ଷରୁ ଲକ୍ଷ୍ମୀ, ରାଣୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିବା ସହ ମେଡିକାଲ ଫାଣ୍ଡିରେ ଲକ୍ଷ୍ମୀଙ୍କୁ ଜିମା ଦେଇଥିଲେ। କିନ୍ତୁ ଲକ୍ଷ୍ମୀ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲେ। ସେବେଠାରୁ ଲକ୍ଷ୍ମୀ ଫେରାର ରହିଥିଲା। ଏହା ମଧ୍ୟରେ ଗତ ୧୫ ତାରିଖରେ ଲକ୍ଷ୍ମୀ ଫୋନ ଯୋଗେ ରାଣୀର ଭାଇ ରାଜେଶ କୁମାର ମହାରଣାଙ୍କୁ ଫୋନ ଯୋଗେ ତୁରନ୍ତ ତାଙ୍କ ନାମରେ ଦିଆଯାଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଧମକାଇଥିଲା। ଘଟଣା ନେଇ ରାଜେଶ ପକ୍ଷରୁ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଏହାକୁ ନେଇ ପୁଲିସ ଆଉ ଏକ ମାମଲା ରୁଜୁ କରିବା ସହ ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍ ଏଏସଆଇ ରାମ ଶଙ୍କର ବେହେରା, କନେଷ୍ଟବଳ କ୍ରିଷ୍ଣା ଚନ୍ଦ୍ର ମହାଙ୍କୁଡି, ମାଗୁଣି ପାଇକ, ବିଷ୍ଣୁ ପ୍ରସାଦ ନାୟକ ଓ ସୁନିଲ କୁମାର ନାୟକ ପ୍ରମୁଖ ବିଶାଖାପାଟଣାରେ ଚଢ଼ାଉ କରି ଆଜି ଅଭିଯୁକ୍ତ ଲକ୍ଷ୍ମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଲକ୍ଷ୍ମୀଙ୍କ ନାମରେ ଗୋଳନ୍ଥରାରେ ତିନୋଟି ଗୋପାଳପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories