www.samajalive.in
Friday, December 12, 2025
19.1 C
Bhubaneswar

ବିକାଶର କଚ୍ଛପ ଗତି : ୧୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି ପ୍ରକଳ୍ପ

ରେଙ୍ଗାଲି: ଗାଁରୁ ସହର ଯାଏ ସବୁଠି ବିକାଶର ଡେଙ୍ଗୁରା ବାଜୁଛି। ବିକାଶର ଧାରା ଅନେକ ସ୍ଥାନରେ ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। ଫଳରେ ସରକାରଙ୍କ ମୌଳିକ ବିକାଶ ଯୋଜନାର ସୁଫଳ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପଞ୍ଚାୟତ ଅଫିସ ପାଖରେ ଗତ ୧୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିଥିବା କଲ୍ୟାଣ ମଣ୍ଡପ ଏହାର ଜ୍ୱଳନ୍ତ ଉଦାହରଣ ଅଟେ। ୨୦୧୦/୧୧ ଆର୍ଥିକ ବର୍ଷରେ ରେଙ୍ଗାଲି ପଞ୍ଚାୟତ ଅଫିସ ପାର୍ଶ୍ବରେ ତତ୍କାଳୀନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆଙ୍କ ବିଧାୟକ ପାଣ୍ଠିରୁ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ଦୁଇଟି ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ କାମ ଆରମ୍ଭ ହୋଇ ଅଧା ପନ୍ତରିଆରେ ପଡି ରହିଛି। ରନ୍ଧାଘର, ସ୍ନାନାଗାର, ଶୌଚାଳୟ ଅସମ୍ପୂର୍ଣ୍ଣ। ପାନୀୟ ଜଳ ସଂଯୋଗୀକରଣ ନାହିଁ। ବୈଦୁତିକରଣ ଅସମ୍ପୂର୍ଣ୍ଣ। ଝରକା କବାଟ କାମ ଅଧାପନ୍ତରିଆରେ ପଡିଛି। କାନ୍ଥ ପ୍ଲାଷ୍ଟର ସରିଛି କିନ୍ତୁ ଚୂନ ଓ ରଙ୍ଗ କାମ ହୋଇ ନାହିଁ। ରେଙ୍ଗାଲି ପୁରୁଣାବସ୍ତିରେ ଅଧାପନ୍ତରିଆରେ ପଡିଥିବା କଲ୍ୟାଣ ମଣ୍ଡପ ସମ୍ପୂର୍ଣ୍ଣ କରିବା ଦାୟିତ୍ବ କାହାର ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେବା ସହିତ ଆଉ କେତେ ବର୍ଷ ପରେ ଏହା ପୂର୍ଣାଙ୍ଗ ହେବ ବୋଲି ପ୍ରଶ୍ନ ହେଉଛି।

ଦେଢ ବର୍ଷ ପରେ କେତୁ ଚଳନ: ଏହି ରାଶି ହେବେ ମାଲାମାଲ୍‌, ବଢିବ ଦରମା, କିଣିବେ ନୂଆ ଘର, ଗାଡି..

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories