www.samajalive.in
Friday, December 5, 2025
27.1 C
Bhubaneswar

ତହବ୍ବୁର ରାଣାକୁ ‘ଫାଶୀ’ ଦାବି କଲେ ସହିଦଙ୍କ ବାପା

ସମାଜ ଡିଜିଟାଲ ଡେସ୍କ: ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବ୍ବୁର ରାଣାକୁ ଖୁବଶୀଘ୍ର ଆମେରିକା ଭାରତକୁ ପ୍ରତ୍ୟର୍ପଣ କରିବ। ରାଣା ଭାରତକୁ ଆସିବା ପରେ ଏଠାରେ ତା’ ବିରୋଧରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ତେବେ ରାଣାକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ଆକ୍ରମଣରେ ସହିଦ ହୋଇଥିବା ଜଣେ କନଷ୍ଟେବଳଙ୍କ ବାପା। ତହବ୍ବୁର ମୂଳତଃ ପାକିସ୍ତାନୀ ହୋଇଥିବାବେଳେ କାନାଡ଼ାର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲା।

ମୁମ୍ବଇ ଆକ୍ରମଣରେ ସହିଦ କନଷ୍ଟେବଳ ରାହୁଲ ସିନ୍ଦେଙ୍କ ବାପା ସୁଭାଷ ସିନ୍ଦେ କହିଛନ୍ତି, ୧୬୬ ଲୋକଙ୍କ ଜୀବନ ନେଇଥିବା ଆକ୍ରମଣ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ, ଯାହା ପ୍ରାଣ ହରାଇଥିବା ପୁଲିସ ଅଧିକାରୀ ଏବଂ ନାଗରିକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏହି ଆକ୍ରମଣରେ ବହୁ ଲୋକଙ୍କୁ ହତ୍ୟା କରାଗଲା। ଏହାର ୧୬ ବର୍ଷ ବିତି ଯାଇଥିଲେ ବି ସେଦିନର ଘଟଣା ଆଜି ବି ଜୀବିତ ରହିଛି। ତହବ୍ବୁର ଭୂମିକା ସାମ୍ନାକୁ ଆସିଥିବାରୁ ତା’କୁ ଆମେ ଜେଲରେ ଜୀବିତ ରଖି ଛାଡ଼ିଦେବା ଉଚିତ ନୁହେଁ। ତା’କୁ ଫାଶୀ ଖୁଣ୍ଟରେ ଝୁଲାଇବା ଉଚିତ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories