ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ, ୩୦ରୁ ଆହତ

ତେଲକୋଇ: ପିକଅପ ଭ୍ୟାନ ଓଲଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଜଣ ଗୁରୁତର ଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ ଭାବରେ ଡାଲା ଅଟୋରେ ୫୦ଜଣ ଯାତ୍ରୀ ପାଲଲହଡ଼ା ରଡ଼ଗାଁରୁ ତଳଜାଗର ବନ୍ଧୁ ଘରକୁ ଯାଉଥିଲେ। ବାଂଶପାଳ ଆଇଟିଆଇ ଛକରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା। ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି।

Comments are closed.