www.samajalive.in
Monday, December 8, 2025
13.1 C
Bhubaneswar

ମହିଳାଙ୍କ ପେଟରୁ ବାହାରିଲା କଇଁଚି

ହାଇଦରାବାଦ: ଅ‌େ​‌ସ୍ତ୍ରାପଚାର ସମୟରେ ଡାକ୍ତର ଜଣେ ମହିଳାଙ୍କ ପେଟ ଭିତରେ କଇଁଚି ଛାଡ଼ିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟିକରିଛି। ଗତ ନଭେମ୍ବର ୨ରୁ କଇଁଚି ପେଟ ଭିତରେ (ପାକସ୍ଥଳୀରେ) ରହିଥିଲା; କିନ୍ତୁ ଶୁକ୍ରବାର ଏକ୍ସ-ରେରୁ ଏହା ସ୍ପଷ୍ଟ ହେବା ପରେ ପୁନଃ ଅ​‌େ​‌ସ୍ତ୍ରାପଚାର ମାଧ୍ୟମରେ ଏହାକୁ ବାହାର କରାଯାଇଛି। ସ୍ଥାନୀୟ ନିଜାମ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍‌ (ନିମ୍ସ)ଠାରେ ମହିଳା ଜଣଙ୍କ ଏବେ ଚିକିତ୍ସାଧୀନ ଅଛନ୍ତି। ସୂଚନାନୁଯାୟୀ, ୩୩ବର୍ଷୀୟା ସି. ମାହେଶ୍ବରୀଙ୍କର ଗତ ବର୍ଷ ନଭେମ୍ବର ୨ରେ ନିମ୍ସରେ ହାର୍ଣ୍ଣିଆ ଅ​‌େ​‌ସ୍ତ୍ରାପଚାର ହୋଇଥିଲା। ସେହି ମାସ ୧୨ରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ; କିନ୍ତୁ ଯନ୍ତ୍ରଣା କମି ନ ଥିଲା। ଶୁକ୍ରବାର ପ୍ରବଳ ପେଟ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ନିମ୍ସରେ ଭର୍ତ୍ତି କରାଯାଇଥିଲା। ଏକ୍ସ-ରେରୁ ପେଟରେ ଥିବା କଇଁଚି ହିଁ ଯନ୍ତ୍ରଣାର କାରଣ ବୋଲି ଜଣାପଡ଼ିଥିଲା। ନିମ୍ସ କର୍ତ୍ତୃପକ୍ଷ ଏବେ ତାଙ୍କର ମାଗଣା ଚିକତ୍ସା କରାଉଛନ୍ତି। ନିର୍ଦେଶକ ଡା. କେ. ମନୋହର ଏହାର ତଦନ୍ତ ନିର୍ଦେଶ ଦେବା ସହ ଏଭଳି ଗୁରୁତର ଅବହେଳା ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories