www.samajalive.in
Monday, December 8, 2025
13.1 C
Bhubaneswar

୮ଟି ଜଳଦାନ କେନ୍ଦ୍ର ଉଦଘାଟିତ

ଆଠଗଡ : ଆଠଗଡ ଏନଏସି ପକ୍ଷରୁ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ସହରରେ ବିଭିନ୍ନ ୱାର୍ଡରେ ୮ଟି ପାନୀୟଜଳ ବିତରଣ କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ବଳୟ ଦେହୁରୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଅଧ୍ୟକ୍ଷା ସସ୍ମିତା ରାଉତ ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି ଯୋଗଦେଇ ପାନୀୟଜଳ ବିତରଣ କେନ୍ଦ୍ରଗୁଡ଼ିକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ । ଖରା ଓ ଗରମ୍ ଦିନ କୁ ଦିନ ବୃଦ୍ଧି ପାଉଥିବାରୁ ରାସ୍ତାରେ ଯାଉଥିବା ତୃଷାର୍ତ୍ତ ପଥଚାରୀଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରିବା ଲାଗି ଏନଏସି ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଅଧ୍ୟକ୍ଷା ଶ୍ରୀମତି ରାଉତ ପ୍ରକାଶ କରିଥିଲେ । ଆବଶ୍ୟକ ହେଲେ ଆହୁରି ଅଧିକ ଜଳଦାନ କେନ୍ଦ୍ର ଖୋଲାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦେହୁରୀ କହିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ଏନଏସିର ବରିଷ୍ଠ କିରାଣୀ ନିରଞ୍ଜନ ଦାସ, ପ୍ରକାଶ ମହାପାତ୍ର ଓ ଅନ୍ଯ କର୍ମଚାରୀ ସହଯୋଗ କରିଥିଲେ ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories