www.samajalive.in
Monday, December 8, 2025
14.1 C
Bhubaneswar

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଭାରତ ସଂକଳ୍ପବଦ୍ଧ-ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସାମାଜିକ ଗଣମାଧ୍ୟମ ଏକ୍ସ  ପୋଷ୍ଟରେ କହିଛନ୍ତି ଯେ ମୋଦୀ ସରକାର ନକ୍ସଲବାଦ ପ୍ରତି କଠୋର ଆଭିମୁଖ୍ୟ ସହିତ ଏକ ସଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ କରୁଛନ୍ତି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଭାରତ ସଂକଳ୍ପବଦ୍ଧ। ଦେଶରେ ନକ୍ସଲ ପ୍ରଭାବିତ ଜିଲା ସଂଖ୍ୟା ୩୮ ଥିଲା। ଏମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରଭାବିତ ଜିଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ସମ୍ବେଦନଶୀଳ ଜିଲା ସଂଖ୍ୟା ମଧ୍ୟ ୯ରୁ ୬କୁ ହ୍ରାସ ପାଇଛି ଏବଂ ଅନ୍ୟାନ୍ୟ ମାଓ ହିଂସା ପ୍ରଭାବିତ ଜିଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି ବୋଲି ଶ୍ରୀ ଶାହ ପ୍ରକାଶ କରିଛନ୍ତି।

ସମୁଦାୟ ନକ୍ସଲ ପ୍ରଭାବିତ ଜିଲାଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ପ୍ରଭାବିତ ଜିଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ଯେଉଁଥିରେ ଛତିଶଗଡ଼ର ୪ଟି ଜିଲା (ବିଜାପୁର, କାଙ୍କେର, ନାରାୟଣପୁର ଏବଂ ସୁକମା), ଝାଡ଼ଖଣ୍ଡର ୧ଟି (ପଶ୍ଚିମ ସିଂହଭୂମ) ଏବଂ ମହାରାଷ୍ଟ୍ର (ଗଡ଼ଚିରୋଲି)ର ଗୋଟିଏ ଜିଲା ଅନ୍ତର୍ଭୁକ୍ତ।

- Advertisement -

ସେହିପରି ସମୁଦାୟ ୩୮ଟି ପ୍ରଭାବିତ ଜିଲା ମଧ୍ୟରୁ ଗୁରୁତର ଭାବେ ପ୍ରଭାବିତ ଜିଲାବ୍ୟତୀତ ଅତିରିକ୍ତ ସମ୍ବଳ ଯୋଗାଇ ଦେବାକୁ ପଡ଼ୁଥିବା ଜିଲା ସଂଖ୍ୟା ୯ରୁ ୬କୁ ହ୍ରାସ ପାଇଛି। ଏହି ୬ଟି ଜିଲା ହେଲା ଆନ୍ଧ୍ରପ୍ରଦେଶ (ଅଲୁରି ସୀତାରାମ ରାଜୁ), ମଧ୍ୟପ୍ରଦେଶ (ବାଲାଘାଟ), ଓଡ଼ିଶା (କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି) ଏବଂ ତେଲେଙ୍ଗାନା (ଭଦ୍ରାଦ୍ରି-କୋଠାଗୁଡେମ)।

ନକ୍ସଲବାଦ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି। ଏଥିରେ ଛତିଶଗଡ଼ (ଦାନ୍ତେଓ୍ଵାଡ଼ା, ଗରିଆବନ୍ଦ ଓ ମୋହଲା-ମାନପୁର-ଆମ୍ବାଗଡ଼ ଚୌକି), ଝାଡ଼ଖଣ୍ଡ (ଲାତେହାର), ଓଡ଼ିଶା (ନୂଆପଡ଼ା) ଏବଂ ତେଲେଙ୍ଗାନା (ମୁଲୁଗୁ) ଜିଲ୍ଲା ଅନ୍ତର୍ଭୁକ୍ତ।

ସର୍ବସାଧାରଣ ଭିତ୍ତିଭୂମିରେ ଥିବା ଅଭାବକୁ ପୂରଣ କରିବା ପାଇଁ ଭାରତ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ନାମକ ଏକ ସ୍ୱତନ୍ତ୍ର ଯୋଜନା ଅଧୀନରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ଯଥାକ୍ରମେ ୩୦ କୋଟି ଟଙ୍କା ଏବଂ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏତଦ୍ ବ୍ୟତୀତ ଆବଶ୍ୟକତା ଅନୁଯାୟୀ ଏହି ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ମଧ୍ୟ ଯୋଗାଇ ଦିଆଯାଉଛି।

ବିଗତ ଏକ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସ୍ଥିତିରେ ଦ୍ରୁତ ଉନ୍ନତି ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ସରକାରଙ୍କ ରାସ୍ତା ସମ୍ପ୍ରସାରଣ, ପରିବହନ ସୁବିଧା, ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନା ତଥା ଗ୍ରାମବାସୀଙ୍କ ପାଖରେ ପହଂଚିବା ଭଳି ବିକାଶମୂଳକ କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇପାରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories