www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦ୍ର କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆଉ ୨ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ମିଳିବ ବୋଲି ଜଣାପଡିଛି। ଫଳରେ ସେମାନଙ୍କର ମହଙ୍ଗା ଭତ୍ତା ୫୫ ପ୍ରତିଶତ ଛୁଇଁଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ ପେନସନ୍‌ଭୋଗୀଙ୍କ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ୨୦୨୫ ଜାନୁଆରୀ ୧ରୁ ପିଛିଲା ଭାବେ କାର୍ଯ୍ୟକାରୀ କରାଯିବ। ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ଫଳରେ ୪୮.୬୬ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୬.୫୫ ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବାକୁ ଯାଉଛନ୍ତି। ଏହାଦ୍ବାରା ରାଜକୋଷ ଉପରେ ବାର୍ଷିକ ୬୬୧୪.୦୪ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ବୋଲି ଜଣାପଡିଛି। ଏହି ବୃଦ୍ଧି ସପ୍ତମ ବେତନ ଆୟୋଗ ସୁପାରିସ ଆଧାରରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକାଶ। ସୂଚନାଯୋଗ୍ୟ ମୁଦ୍ରାସ୍ଫୀତି ଯୋଗୁଁ ବଜାର ଦର ବୃଦ୍ଧି ପାଉଥିବାବେଳେ ଏହାର ମୁକାବିଲା କରିବାକୁ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରାଯାଇଥାଏ। ସୂଚନାଯୋଗ୍ୟ ଗତବର୍ଷ ଅକ୍ଟୋବରରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଥିବାବେଳେ ଏହା ୫୩ ପ୍ରତିଶତରେ ପହଞ୍ଚିଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories