www.samajalive.in
Monday, December 8, 2025
13.1 C
Bhubaneswar

ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଯାଞ୍ଚ ପାଇଁ ଦାବି

ଆଠଗଡ଼: ଆଠଗଡ଼ ଉପଖଣ୍ତ ଅନ୍ତର୍ଗତ ଆଠଗଡ଼, ତିଗିରିଆ, ବଡମ୍ବା, ନରସିଂହପୁର ବ୍ଲକରେ ମୋଟ ୧୦ଟି ସରକାରୀ ମାନ୍ୟତାପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ରହିଛି। ମାତ୍ର ଏହି ଉପଖଣ୍ତରେ ବେଆଇନ ଭାବରେ ବହୁ କମ୍ପ୍ୟୁଟର କେନ୍ଦ୍ର ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଛି ବୋଲି ସରକାରୀ ମାନ୍ୟତାପ୍ରାପ୍ତ ଅନୁଷ୍ଠାନର ମାଲିକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଉପଖଣ୍ତର ମାନ୍ୟତାପ୍ରାପ୍ତ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ପରିଚାଳକମାନେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଲିଖିତ ଅଭିଯୋଗ କରି ବେଆଇନ କେନ୍ଦ୍ର ଯାଞ୍ଚ କରିବା ପାଇଁ ନିବେଦନ କରିଛନ୍ତି। ଓଡ଼ିଶା ସରକାରଙ୍କ ଗେଜେଟ ନୋଟିସ ଅନୁଯାୟୀ, କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଓ କେସିଏଲ ଆଦି ଏନଆଇଇଏଲଆଇଟି ବା ବିଶ୍ବବିଦ୍ୟାଳୟର ସ୍ୱୀକୃତି ପାଇଥିବା ନିତାନ୍ତ ଆବଶ୍ୟକ। ଛାତ୍ରଛାତ୍ରୀମାନଙ୍କୁ ଅଣସ୍ବୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ର ମିଥ୍ୟା ପ୍ରଲୋଭନ ଦେଖାଇ ନିଜକୁ ମାନ୍ୟତାପ୍ରାପ୍ତ ଅନୁଷ୍ଠାନ ଦର୍ଶାଇ ଏବଂ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ବିଭିନ୍ନ କୋର୍ସ ପ୍ରଦାନ କରିବା ସହିତ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ସେଥିପାଇଁ ପରବର୍ତ୍ତୀ ସମୟରେ ବିଭିନ୍ନ ସରକାରୀ ନିଯୁକ୍ତି କ୍ଷେତ୍ରରେ ସେମାନେ ସମସ୍ୟାର ସମ୍ମୁଖୀନ ହୋଇ ନିରାଶ ହେଉଛନ୍ତି। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ କମ୍ପ୍ୟୁଟର କେନ୍ଦ୍ରଗୁଡ଼ିକୁ ଯାଞ୍ଚ କରି ବେଆଇନ ଭାବରେ ଚାଲୁଥିବା କେନ୍ଦ୍ର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories