www.samajalive.in
Wednesday, December 10, 2025
18.1 C
Bhubaneswar

ପିଇଓ ସ୍ତ୍ରୀଙ୍କ ପାଇଁ ସ୍ବାମୀ ନେଉଛନ୍ତି ଲାଞ୍ଚ: ଭିଜିଲାନ୍ସ ପଞ୍ଝାରେ ପତି-ପତ୍ନୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ମହାଶୟ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଯାଇଛନ୍ତି ଭିଜିଲାନ୍ସ ହାତରେ। ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ। ଜଣେ ଗରିବ ଲୋକଙ୍କଠାରୁ ପିଇଓ ମାଡମ୍ ନିଜ ସ୍ବାମୀଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜ୍ଞାନ ପଞ୍ଚାୟତ ଅଫିସରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ନୁପୁର ସେଠ୍ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା ପାଇଁ ଜଣେ ଗରିବ ହିତାଧିକାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏତେ ପରିମାଣର ଟଙ୍କା ଦେବା ପାଇଁ ଅସମର୍ଥ ପ୍ରକାଶ କରିବାରୁ ପିଇଓ ନୁପୁର ସେଠ୍ ତାଙ୍କ ଉପରେ ଚାପ ପକାଇ ୫ ହଜାର ଟଙ୍କାରେ ଡିଲ୍ ଫାଇନାଲ କରିଥିଲେ। ଏ ସଂପର୍କରେ ଗରିବ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଭିଜିଲାନ୍ସର ଏକ ଟିମ୍ ଲାଞ୍ଚ ନେବାବେଳେ ପିଇଓ ନୁପୁର ସେଠଙ୍କୁ ଗିରଫ କରିଛି। କିନ୍ତୁ ମାଡମ୍ ପିଇଓ ନିଜେ ଏହି ଲାଞ୍ଚ ଟଙ୍କା ନ ନେଇ ନିଜ ସ୍ବାମୀ ବେଦ ପ୍ରକାଶ ବିଶ୍ବାଳଙ୍କ ମାଧ୍ୟମରେ ନେଉଥିଲେ। ଭିଜିଲାନ୍ସ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories