www.samajalive.in
Wednesday, December 10, 2025
26.1 C
Bhubaneswar

ଯନ୍ତ୍ରଣାଦାୟକ ଚିତ୍କାର ଶୁଣି ଥରି ଉଠୁଛି ଛାତି, ଆସିଲା ‘କେସରୀ ୨’ ଟିଜର

ମୁମ୍ବଇ: ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ଜାଲିଆନଓ୍ବାଲା ବାଗ’ର ଟିଜର ସୋମବାର ରିଲିଜ୍‌ ହୋଇଛି। କରଣ ସିଂହ ତ୍ୟାଗୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣାକ୍ରମ ଉପରେ ଆଧାରିତ। ଟିଜରରେ ଫିଲ୍ମର କାହାଣୀର ଝଲକ୍‌ ଦେଖିବାକୁ ମିଳିଛି।

- Advertisement -

୧ ମିନିଟ୍‌ ୨୯ ସେକେଣ୍ଡର ଏହି ଟିଜରର ପ୍ରଥମ ୩୦ ସେକେଣ୍ଡର ଭିଡିଓ ଦର୍ଶକଙ୍କ ହୃଦୟ ଥରାଇ ଦେଇଛି। ଭିଡିଓଟି ଯନ୍ତ୍ରଣାଦାୟକ ଚିତ୍କାରରୁ ଆରମ୍ଭ ହୋଇଛି, ଯେଉଁଥିରେ କୌଣସି ଦୃଶ୍ୟ କିମ୍ବା କୌଣସି ଶୀର୍ଷକ ନାହିଁ, କେବଳ ଲୋକମାନଙ୍କର ଚିତ୍କାର ଏବଂ କାନ୍ଦିବାର ଶବ୍ଦ ଶୁଣାଯାଉଛି, ଯାହା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ଦୃଶ୍ୟକୁ ମନେ ପକାଇ ଦର୍ଶକଙ୍କ ହୃଦୟ ଥରାଇ ଦେଉଛି। ଟିଜର ଏକ ଡିସ୍‌କ୍ଲେମର ସହ ମଧ୍ୟ ଆରମ୍ଭ ହେଉଛି, ଯେଉଁଥିରେ ଲେଖା ହୋଇଛି, ‘‘ଏହି ଦୃଶ୍ୟଗୁଡ଼ିକ ଦେଖାଇବା ବହୁତ ଭୟଙ୍କର।’’

ଫିଲ୍ମରେ ଅକ୍ଷୟ ସାର୍‌ ସି. ଶଙ୍କରନ୍‌ ନାୟର ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ଜଣେ ନିର୍ଭୀକ ଓକିଲ। ପୁଷ୍ପା ପଲାତ ଓ ରଘୁ ପଲାତଙ୍କ ପୁସ୍ତକ ‘ଦି କେସ୍ ଦାଟ୍‌ ଶୁକ୍‌ ଦି ଏମ୍ପାୟର’ ଉପରେ ଆଧାରିତ ‘କେସରୀ ଚାପ୍ଟର ୨’ ଧର୍ମା ପ୍ରଡକ୍ସନ୍ସ, କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଏବଂ ଲିଓ ମିଡିଆ କଲେକ୍ଟିଭ୍ ଦ୍ୱାରା ନିର୍ମିତ। ଏଥିରେ ଅକ୍ଷୟ କୁମାରଙ୍କ ସହ ଆର. ମାଧବନ ଓ ଅନନ୍ୟା ପାଣ୍ଡେ ମଧ୍ୟ ଅଛନ୍ତି। ଚଳିତ ବର୍ଷ ଏପ୍ରିଲ ୧୮ରେ ପରଦାକୁ ଆସିବ ‘କେସରୀ ଚାପ୍ଟର ୨’।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories