www.samajalive.in
Sunday, December 7, 2025
16.1 C
Bhubaneswar

ପୁଣି ଶୁଭିଲା ସନି ଦେଓଲଙ୍କ ଗର୍ଜନ: ଆସିଲା ‘ଜାଟ୍‌’ ପ୍ରୋମୋ, ଆସନ୍ତାକାଲି ଟ୍ରେଲର

ସମାଜ ଡିଜିଟାଲ ଡେସ୍କ: ଆସୁଛି ସନି ଦେଓଲ ଅଭିନୀତ ଫିଲ୍ମ ‘ଜାଟ୍‌’। ଏହି ଚଳଚ୍ଚିତ୍ର ଆସନ୍ତା ମାସ ପ୍ରେକ୍ଷାଳୟକୁ ଆସିବ। ଏହା ପୂର୍ବରୁ ପ୍ରଶଂସକ ଏହାର ଟ୍ରେଲର ଅପେକ୍ଷାରେ ଅଛନ୍ତି ଏବଂ ଖୁବଶୀଘ୍ର ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ରବିବାର ନିର୍ମାତା ଚଳଚ୍ଚିତ୍ରର ଟ୍ରେଲର ରିଲଜ୍ ତାରିଖ ବିଷୟରେ ସୂଚନା ଦେଇଛନ୍ତି। ନିର୍ମାତା ଫିଲ୍ମର ଏକ ପ୍ରୋମୋ ଶେୟାର କରିଛନ୍ତି, ଯେଉଁଥିରେ ସନି ଦେଓଲଙ୍କ ଗର୍ଜନ ଶୁଣିବାକୁ ମିଳିଛି। ଏହି ପ୍ରୋମୋରେ ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୨୪ ତାରିଖରେ ରିଲିଜ୍‌ ହେବ ‘ଜାଟ୍‌’ର ଟ୍ରେଲର।

- Advertisement -

୨୦୨୩ରେ ମୁକ୍ତିଲାଭ କରିଥିବା ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହା ମାଧ୍ୟମରେ ତାଙ୍କର ଜବରଦସ୍ତ ପ୍ରତ୍ୟାବର୍ତ୍ତନ ହୋଇଥିଲା ଏବଂ ଅଭିନେତାଙ୍କ ନିକଟକୁ ଫିଲ୍ମର ସୁଅ ଛୁଟିଥିଲା। ‘ଗଦର ୨’ ପରେ ସନି ଦେଓଲ ଏବେ ଖୁବଶୀଘ୍ର ଫିଲ୍ମ ‘ଜାଟ୍’ରେ ନଜର ଆସିବେ। ଆଜି ଏହାର ଟ୍ରେଲର ପ୍ରେମୋ ପିପଲ ମିଡିଆ ଫ୍ୟାକ୍ଟ୍ରିର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଶେୟାର କରାଯାଇଛି। ପ୍ରୋମୋରେ ଏକ ଟ୍ରକ୍ ଦେଖିବାକୁ ମିଳିଛି। ଏଥିସହ ସନିଙ୍କ ଝଲକ୍ ସହ ତାଙ୍କ ଗର୍ଜନ ମଧ୍ୟ ଶୁଣିବାକୁ ମିଳିଛି। ସନି ଗର୍ଜନ କରି ‘ସରୀ ବୋଲ୍‌’ କହୁଥିବା ଶୁଣିବାକୁ ମିଳିଛି। ନିର୍ମାତା ପୋଷ୍ଟ ସହ କ୍ୟାପ୍ସନରେ ଲେଖିଛନ୍ତି, ‘‘ଧମାକାଦାର ଟ୍ରେଲରର ଝଲକ। ସମ୍ପୂର୍ଣ୍ଣ ଟ୍ରେଲର ମାର୍ଚ୍ଚ ୨୪ ତାରିଖ ଦିନ ୧୨.୦୬ରେ ରିଲିଜ୍‌ ହେବ।’’ ଏହି ଫିଲ୍ମ ଏପ୍ରିଲ ୧୦ରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ନିର୍ଦେଶନା ଭାର ଗୋପୀଚନ୍ଦ ମାଲିନେନୀ ବହନ କରିଛନ୍ତି।

ଏଥିରେ ସନି ଦେଓଲଙ୍କ ବ୍ୟତୀତ ରଣଦୀପ ହୁଡ୍ଡା, ରେଜିନା, ଭିନୀତ କୁମାର ସିଂହ, ପ୍ରଶାନ୍ତ ବଜାଜ ଓ ସୈୟାମୀ ଖେର ପ୍ରମୁଖ କଳାକାର ନଜର ଆସିବେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories