www.samajalive.in
Monday, December 8, 2025
20.1 C
Bhubaneswar

ଲଡ୍ଡୁ ଗୋପାଳଙ୍କ ଏପରି କରନ୍ତୁ ପୂଜା

ଘରେ ଲଡ୍ଡୁ ଗୋପାଳଙ୍କୁ ଯଦି ରଖୁଛନ୍ତି ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ଯେଉଁ ଘରେ ଲଡ୍ଡୁ ଗୋପାଳଙ୍କ ସ୍ଥାପନ କରାଯାଇଥାଏ ତାହାକୁ ଲଡ୍ଡୁ ଗୋପାଳଙ୍କ ଘର ବୋଲି କୁହାଯାଇଥାଏ। ସେହି ଘରକୁ ସେ ନିଜ ଘର ବୋଲି ଭାବି ପରିବାର ସଦସ୍ୟଙ୍କ ଉନ୍ନତି କରାଇଥାଆନ୍ତି।

- Advertisement -

ଭଗବାନ ଲଡ୍ଡୁ ଗୋପାଳ ଆପଣଙ୍କ ପରିବାର ସଦସ୍ୟଙ୍କୁ ନିଜ ପରିବାରର ସଦସ୍ୟ ବୋଲି ମନେ କରିଥାଆନ୍ତି। ଲଡ୍ଡୁ ଗୋପାଳଙ୍କୁ ପରିବାରରେ ଏକ ସମ୍ମାନିତ ସଦସ୍ୟଙ୍କ ସ୍ଥାନ ପ୍ରଦାନ କରାଯାଇଥାଏ।

ପ୍ରତିଦିନ ଆପଣ ଲଡ୍ଡୁ ଗୋପାଳଙ୍କୁ ସ୍ନାନ କରାଇବା ଉଚିତ। ଆପଣ ଯେପରି ଗରମ କିମ୍ବା ଥଣ୍ଡା ପାଣିରେ ସ୍ନାନ କରୁଛନ୍ତି ସେପରି ତାଙ୍କୁ ସ୍ନାନ କରାଇବା ଅନୁଚିତ। ସର୍ବଦା ଶୁଦ୍ଧ କ୍ଷୀରରେ ତାଙ୍କୁ ସ୍ନାନ କରାନ୍ତୁ। ତାପରେ ସ୍ବଚ୍ଛ ବସ୍ତ୍ର ପରିଧାନ କରାନ୍ତୁ।

ଲଡ୍ଡୁ ଗୋପାଳଙ୍କ ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଘ​‌ରେ ଯେକୌଣସି ମିଷ୍ଠାନ୍ନ ଆଣିଲେ ତାହାକୁ ପ୍ରଥମେ ଲଡ୍ଡୁ ଗୋପାଳଙ୍କ ନିକଟରେ ଅର୍ପଣ କରନ୍ତୁ।

ଲଡ୍ଡୁ ଗୋପାଳଙ୍କୁ ସର୍ବଦା ଝୁଲଣାରେ ଅବସ୍ଥାପିତ କରାନ୍ତୁ।

ଘରେ ରଖିଥିବା ଲଡ୍ଡୁ ଗୋପାଳଙ୍କର ଏକ ଭିନ୍ନ ନାମ ରଖନ୍ତୁ।

ସର୍ବଦା ଲଡ୍ଡୁ ଗୋପାଳଙ୍କ ସହ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ କରନ୍ତୁ। ପ୍ରେମର ସହ ତାଙ୍କୁ ଭୋଜନ କରାଇବା ମଧ୍ୟ ଉଚିତ।

ପ୍ରତିଦିନ ରାତ୍ରୀରେ ଲଡ୍ଡୁ ଗୋପାଳଙ୍କୁ ଶୟନ ଅବଶ୍ୟ କରାଇବା ଉଚିତ।

ପ୍ରତିଦିନ ପ୍ରାତଃ ସମୟରେ ତାଙ୍କୁ ପ୍ରେମର ସହ ଜାଗ୍ରତ ମଧ୍ୟ କରାଇବା ଉଚିତ।

କୌଣସି ଘରେ ଲଡ୍ଡୁ ଗୋପାଳଙ୍କୁ ପ୍ରବେଶ କରାଇବା ବେଳେ ତାଙ୍କ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ହୋଇଯାଇଥାଏ। ତେଣୁ ତାଙ୍କୁ ଏକ ପ୍ରତୀମା ସ୍ବରୂପ ନ ମାନି ପରିବାର ସଦସ୍ୟ ଭାବି ମାନିବା ଉଚିତ।

ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ଦିନ ଲଡ୍ଡୁ ଗୋପାଳଙ୍କ ପୂଜା ଖୁବ ଧୁମଧାମରେ କରାଯାଇଥାଏ। କିନ୍ତୁ ଯେବେ ଆପଣ ପ୍ରଥମ ଥର ଲଡ୍ଡୁ ଗୋପାଳଙ୍କୁ ଘରକୁ ଆଣିଥିବେ ସେହି ଦିନ ମଧ୍ୟ ତାଙ୍କ ପୂଜା ଖୁବ ଧୁମଧାମର ସହ କରାଇବା ଉଚିତ। ଛୋଟ ପିଲାଙ୍କୁ ଭୋଜନ ମଧ୍ୟ କରାଇବା ଉଚିତ।

ଏହି ଦିଗ ପ୍ରତି ଧ୍ୟାନ ଦେବା ଦ୍ବାରା ଆପଣ ଲଡ୍ଡୁ ଗୋପାଳଙ୍କ ଆର୍ଶୀବାଦ ପାଇପାରିବେ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories