www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ କଳାବ୍ୟାଜ୍‌ ପିନ୍ଧିବେ ଆୟୁଷ ଡାକ୍ତର, ୨୭ରୁ କାର୍ଯ୍ୟବନ୍ଦ

ଭୁବନେଶ୍ବର : ଆସନ୍ତା ୨୬ ତାରିଖ ମଧ୍ୟରେ ସରକାର ଆୟୁଷ ଡାକ୍ତରଙ୍କ ଦାବି ପୂରଣ ନକଲେ ୨୭ରୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୪୮୫ ଆୟୁଷ ଡାକ୍ତର। ଏହି ପରିପ୍ରେକ୍ଷୀରେ ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତର କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ। ଏ ସମ୍ବନ୍ଧରେ ସଂଘ ପକ୍ଷରୁ ଗତ ୧୧ରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଓ ଆୟୁଷ ନିର୍ଦେଶକଙ୍କୁ ଅବଗତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାୟୀ ନିଯୁକ୍ତି, ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାଧିକାରୀଙ୍କ ସହିତ ଚାକିରି ଅବଧି ଆଧାରରେ ସମାନ ଦରମା ପ୍ରଦାନ, ଆୟୁଷ ବହିର୍ବିଭାଗକୁ ନିୟମିତ ଆୟୁର୍ବେଦ ଓ ହୋମିଓପାଥି ଔଷଧ ଯୋଗାଣ, ଚାକିରି ଭିତରେ ଉଚ୍ଚଶିକ୍ଷା ନିମନ୍ତେ ବ୍ୟବସ୍ଥା, ନିଜକୁ ଓ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ବାର୍ଷିକ ୨୦ ଲକ୍ଷ ସ୍ବାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରିବା, ଚାକିରି ଅବଧି ଭିତରେ ମୃତ୍ୟୁ ଘଟୁଥିବା ଆୟୁଷ ଡାକ୍ତରଙ୍କ ପରିବାରକୁ ୪୦ ଲକ୍ଷ ଏକ କାଳୀନ ରାଶି ପ୍ରଦାନ ଆଦି ୬ ଦାବିକୁ ନେ଼ଇ ଆୟୁଷ ଡାକ୍ତର ଆନ୍ଦୋଳନ କରୁଥିବା ସଭାପତି ଡା. ପ୍ରଶାନ୍ତ କୁମାର ପାଢ଼ୀ କହିଛନ୍ତି। ଦାବି ପୂରଣ ନ ହେଲେ ୨୭ରୁ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ଲୋୟର ପିଏମଜିଠାରେ ଆପ୍ରୋନ ଓ ଷ୍ଟେଥୋ ପରିଧାନ କରି ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ସାଧାରଣ ସମ୍ପାଦକ ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories