www.samajalive.in
Monday, December 8, 2025
20.1 C
Bhubaneswar

ହରିୟାଣାରୁ ବିଜେପି ଟିକଟରେ ଲଢ଼ିବେ ସେହ୍ବାଗ?

ଚଣ୍ଡିଗଡ଼ : ଆସନ୍ତା ସାଧାରଣ ନିର୍ବାଚନରେ ହରିୟାଣାରୁ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରୁଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏପରିକି ହରିୟାଣାର ରୋହ୍‌ତକ ସଂସଦୀୟ ଆସନରୁ ସେହ୍ବାଗଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ବିଜେପି ରଖିଛି ବୋଲି ଏହି ଦଳ ମଧ୍ୟସ୍ଥ ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ରବିବାର ହରିୟାଣା ବିଜେପିର ବୈଠକରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଆଲୋଚନା ହୋଇଥିଲା। ଏଥି​‌େ​‌ର ରୋହ୍‌ତକ ଆସନରୁ ଜଣେ ଟାଣୁଆ ତଥା ନୂଆମୁହଁଙ୍କୁ ଟିକଟ ଦେବା ପାଇଁ ମତପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ; କ୍ରମାଗତ ୩ୟ ଥର ପାଇଁ କଂଗ୍ରେସ ନେତା ଦୀପେନ୍ଦର ସିଂହ ହୁଡା ରୋହ୍‌ତକ ଆସନରୁ ଜିତି ଆସୁଛନ୍ତି।
ସେହ୍ବାଗଙ୍କୁ ରୋହ୍‌ତକ ଆସନରୁ ପ୍ରାର୍ଥୀ କରିବା ଆଲୋଚନାକୁ ହରିୟାଣା ବିଜେପି ମୁଖ୍ୟ ସୁଭାଷ ବାରାଲା ଖଣ୍ଡନ କରିଛନ୍ତି। ତେବେ ରାଜ୍ୟ ବିଜେପି ସୂତ୍ରରୁ ପ୍ରକାଶ ଯେ ସେହ୍ବାଗଙ୍କୁ ଏହି ପ୍ରସ୍ତାବ ଦେବା ପାଇଁ ଜଣେ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। କାରଣ ହରିୟାଣା ବିଜେପି ସେହ୍ବାଗଙ୍କୁ ରୋହ୍‌ତକରୁ ପ୍ରାର୍ଥୀ କରିବାର ନିଷ୍ପତ୍ତି ନେଇସାରିଛି। ସେହ୍ବାଗ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ପୂର୍ବତନ ବିସ୍ଫୋରକ ଓପ୍‌ନର ବୀରେନ୍ଦ୍ର ସେହ୍ବାଗ ସାରାଦେଶରେ ବେଶ୍ ଲୋକପ୍ରିୟ। କ୍ରିକେଟ୍‌ରୁ ଅବସର ପରେ ସେ କ୍ରିକେଟ୍‌ରେ କୌଣସି ଦାୟିତ୍ବ ନେଇନାହାନ୍ତି। ସାମାଜିକ ଗଣମାଧ୍ୟମରେ ସେହ୍ବାଗ ବେଶ୍ ସକ୍ରିୟ ଅଛନ୍ତି। କେବଳ କ୍ରିକେଟ ନୁହେଁ; ଅନ୍ୟ ସମସ୍ତ ପ୍ରସଙ୍ଗରେ ସେ ରୋକ୍‌ଠୋକ ମନ୍ତବ୍ୟ ଦେଇଥାଆନ୍ତି। ବିଜେପିରୁ ଲୋକସଭା ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ସେହ୍ବାଗ ନିଜେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories