www.samajalive.in
Monday, December 8, 2025
20.1 C
Bhubaneswar

ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ

ନୂଆଦିଲ୍ଲୀ : ଥାଇଲାଣ୍ଡରେ ଆୟୋଜିତ ଇଗାଟ୍‌ କପ୍‌ ଭାରୋତ୍ତୋଳନ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ତାରକା ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ମିଳିଥିବା ସୂଚନାନୁଯାୟୀ ମୀରାବାଈ ୪୮ କେଜି ବିଭାଗ ସ୍ନାଚ୍‌ରେ ୮୨ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୦ ଏପରି ମୋଟ ୧୯୨ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିିତିଛନ୍ତି। ୨୦୧୮ରେ ପିଠି ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଅଧିକାଂଶ ପ୍ରତିଯୋଗିତାରେ ଭାଗ ନେଇନଥିବା ମୀରାବାଈ ଇଗାଟ୍ କପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଏହି ପ୍ରଦର୍ଶନ ମୀରାବାଈଙ୍କ ମନୋବଳକୁ ବଢ଼ାଇବ ବୋଲି ଆଶା କରାଯାଉଛି।
ସୂଚନାଥାଉକି ମୀରାବାଈ ଗତବର୍ଷ ବିଶ୍ବ ଚମ୍ପିଆନସିପ୍‌ରେ ଭାଗ ନେଇ ପାରିନଥିଲେ। ସେହିପରି ଆଘାତଜନିତ କାରଣରୁ ସେ ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ବିଫଳ ହୋଇଥିଲେ। ତେବେ ସେ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୯୬ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories