www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଜିରାଙ୍ଗ ବୌଦ୍ଧ ମନ୍ଦିର ଗସ୍ତ

ମୋହନା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଜପତି ଜିଲା ଗସ୍ତରେ ଆସି ଜିରାଙ୍ଗ ବୌଦ୍ଧ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବାହ୍ନ ସାଢେ ୧୧ଟାରେ ବୌଦ୍ଧ ମନ୍ଦିର ପରିସରରେ ଥିବା ହେଲିପ୍ୟାଡରେ ଅବତରଣ ପରେ ବୌଦ୍ଧ ଧର୍ମର ସଂସ୍କୃତି ପରମ୍ପରା ଅନୁଯାୟୀ ପାରମ୍ପରିକ ଭାବେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ପୁରୁଷମାନେ ନାଚ ଗୀତରେ ମସଗୁଲ ହୋଇ ମୁଖ୍ୟମନ୍ତ୍ରୀକୁ ସ୍ୱାଗତ କରିଥିଲେ। ଏହାପରେ ମନ୍ଦିର ମଧ୍ୟରେ ପୁଜାର୍ଚ୍ଚନା କରିବା ପରେ ପଦ୍ମସାଗର ସ୍ଥିତ କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ। ସେଠାରେ ନବନିର୍ମିତ ବୌଦ୍ଧ ଧର୍ମର ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏଥିସହ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ୬୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨୯ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ। ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯୮ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ତିବତୀୟମାନଙ୍କୁ ସମ୍ବୋଦ୍ଧିତ କରି ସେମାନଙ୍କ କଳା ସଂସ୍କୃତି ଓ ପରମ୍ପରାକୁ ଉଚ୍ଚ ପ୍ରଶଂସା କରିବା ସହ ବୌଦ୍ଧ କୀର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଉଥିବା କହିଛନ୍ତି। ବୌଦ୍ଧ ପର୍ଯ୍ୟାଟନର ବିକାଶ ପାଇଁ ସରକାର ପଦକ୍ଷେପ ନେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତିବତୀୟ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ବୌଦ୍ଧ ମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ତିବତୀୟ ପ୍ରତିନୀଧି। ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଜିଗ୍ମେ ରିନପୋଛେ ଓ ଖେନପୋ ପେମା ଟେମ୍ପଲଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ତଥା କିସ ଓ କିଟ ଅଧ୍ୟକ୍ଷ ଅଚ୍ୟୁତ ସାମନ୍ତ, ତିବତୀୟ ଗୃହମନ୍ତ୍ରୀ ସୋନମ ତପଗେଲ, ମୁଖ୍ୟ ଗୁରୁଜୀ ନାମଖା ଡ୍ରିମ ରିନ୍‍ପୋଛେ, ସାକ୍ୟୁମ ରିନ୍‍ପୋଛେ, ତିବତୀୟ ପ୍ରଶାସନିକ ପ୍ରତିନିଧି ଛୁନୁର ସାଣ୍ଡୁବ, ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମ୍ମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିସ ସିଂ, ଗଜପତି ଏସପି ଅମୁଲ୍ୟ କୁମାର ଦାଶ, ଡିଆରଡିଏ ପିଡି ଚଂଚଲ ରାଣାଙ୍କ ସମେତ ଜିଲାର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories