www.samajalive.in
Monday, December 8, 2025
27.1 C
Bhubaneswar

ଝାରସୁଗୁଡ଼ା ନୁହେଁ ରାୟପୁରରୁ ରାୟଗଡ଼ ଆସିବେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା, ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ାରେ ଅବତରଣ କରି ଛତିଶଗଡ଼ର ରାୟଗଡ଼ ଓ ପଶ୍ଚିମବଙ୍ଗ ଯିବାର ସମସ୍ତ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇ ସାରିଥିଲା । ଏ ନେଇ ଗୁରୁବାର ବାୟୁସେନାର ରାଜହଂସ ବିମାନ ( ବୋଇଙ୍ଗ ୭୩୭ ) ଯେଉଁଥିରେ ପ୍ରଧାନମନ୍ତ୍ରୀ ଆସିବେ ସେହି ବିମାନ ଗୁରୁବାର ଦିଲ୍ଲୀରୁ ପରୀକ୍ଷାମୂଳକ ଉଡାଣ କରାଯାଇଥିଲା। ଝାରସୁଗୁଡ଼ା ବିମାନ ବନ୍ଦରକୁ ଏସପିଜିର ଜୱାନମାନେ ସୁରକ୍ଷା ବଳୟକୁ ନେଇ ଯାଇସାରିଥିଲେ । ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା । ସୁରକ୍ଷା ଦୃଷ୍ଟିରୁ ଝାରସୁ୍ଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ବେରିକେଟ ମଧ୍ୟ କରାଯାଇସାରିଥିଲା ।
କିନ୍ତୁ ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଝାରସୁଗୁଡ଼ା ଜିଲାପାଳ ଓ ଏସପିଙ୍କ ପାଖକୁ ଏକ ଚିଠି ଆସିଥିଲା ଯେଉଁଥିରେ ଝାରସୁଗୁଡ଼ା ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ରାୟଗଡ଼ ନୁହେଁ ବରଂ ରାୟପୁର ବିମାନ ବନ୍ଦରରୁ ରାୟଗଡ଼ ଆସି ସେଠାରୁ ପୁଣି ପଶ୍ଚିମବଙ୍ଗ ଯିବେ ବୋଲି ଉଲ୍ଲେଖ ରହିଛି । ହୁଏତ ଝାରସୁଗୁଡ଼ା ବିମାନବନ୍ଦରରୁ ଏଯାଏ ବିମାନ ଚଳାଚଳ ହେଇନଥିବାରୁ କାରଣରୁ ପ୍ରଧାନମନ୍ତ୍ରୀ ଦ୍ୱିତୀୟଥରପାଇଁ ଝାରସୁଗ୍ୁଡ଼ାରୁ ଆସି ଅନ୍ୟତ୍ର ଯିବାର କାର୍ୟ୍ୟକ୍ରମକୁ ବାତିଲ କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ସମୟରେ ମଧ୍ୟ ଝାରସୁ୍ଗୁଡ଼ା ହୋଇଯିବାର କାର୍ୟ୍ୟକ୍ରମ ରହିଥିଲା କିନ୍ତୁ ଠିକ ସମୟରେ ଏହାକୁ ବାତିଲ କରିଦିଆଯାଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories