www.samajalive.in
Wednesday, December 10, 2025
18.1 C
Bhubaneswar

ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଯୁବକ ଗିରଫ

ଧାମରା – ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କଇଥଖୋଲା ଗ୍ରାମର ଅବଦୁଲ ଅହେଦ୍ ଖାନ୍ ନାମକ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି  ପୁଲିସ। ପୀଡିତା ମହିଳାଙ୍କ  ଲିଖିତ ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଛି ।

ପୀଡିତାଙ୍କ ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବା ବେଳେ ଘରର ସବୁ କଥା ସ୍ତ୍ରୀ ବୁଝନ୍ତି।ମହିଳାଙ୍କର ଗୋଟେ ଟ୍ରାକ୍ଟର ରହିଥିବା ବେଳେ ଉକ୍ତ ମହିଳାଙ୍କୁ ବାରମ୍ବାର ଅବଦୁଲ ଆହେଦ ଖାନ୍ ଦାଦା ବଟି ମାଗିବା ସହ ହଇରାଣ କରୁଥିଲେ। ତେବେ ଅବଦୁଲ ମହିଳାଙ୍କ ଘରକୁ ଆସି ଟ୍ରାକ୍ଟର ଆଳ ଦେଖାଇ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ମହିଳାଙ୍କ ସରଳତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଧାମରା ଥାନାରେ ପୀଡିତା ଜଣକ ଅଭିଯୋଗ କରିଛନ୍ତି। ପୋଲିସ ଉକ୍ତ ଘଟଣାର ତଦନ୍ତ କରିବା ସହିତ ଅବଦୁଲ ଆହେଦ ଖାନ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories