www.samajalive.in
Tuesday, December 9, 2025
16.1 C
Bhubaneswar

ସାଲିଆ ସାହିରେ ପୁଣି ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ

ଭୁବନେଶ୍ଵର: ରାଜଧାନୀ ସାଲିଆ ସାହିରେ ପୁଣି ରେଡ୍। ଆଜି ସକାଳୁ ବେଆଇନ୍ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢାଉ କରିଛି। ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ ହୋଇଛି। ଏହା ପରେ ଅବକାରୀ ବିଭାଗ ଜବତ ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି। ଏବେବି ରେଡ୍ ଜାରି ରହିଥିବା ସୂଚନା ମିଳିଛି। ଗତ ୩ ମାସ ତଳେ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ସାଲିଆ ସାହିରେ ରେଡ୍ କରାଯାଇଥିଲା। ଏବଂ ପାଖାପାଖି ୬ଟି ଦେଶୀ ମଦ ଭାଟି ଠାବ କରାଯାଇଥିଲା। ଲହାସହ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ଏକାଧିକ ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା। ତଥାପି ବେଆଇନ୍ ଦେଶୀ ମଦ ଭାଟି ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories