www.samajalive.in
Tuesday, December 9, 2025
17.1 C
Bhubaneswar

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି : ଏବେ ଚଳଚ୍ଚିତ୍ର ପାଇରେସି କଲେ ୧୦ ଲକ୍ଷ ଟଙ୍କା ଜୋରିମାନା !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚଳଚ୍ଚିତ୍ର ବିଷୟବସ୍ତୁ ଚୋରି ଓ କପିରାଇଟ୍ ଲଂଘନକୁ ରୋକିବା ପାଇଁ ସିନେମାଟୋଗ୍ରାଫ୍ ଆଇନ-୧୯୫୨ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୁଧବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ବିନା ଅନୁମତିରେ ଚଳଚ୍ଚିତ୍ର ରେକର୍ଡ କଲେ ଓ ଚଳଚ୍ଚିତ୍ର ବିଷୟବସ୍ତୁ ଚୋରି କଲେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଆର୍ଥିକ ଦଣ୍ଡବିଧାନ କରାଯିବା ପାଇଁ ଏହି ସଂଶୋଧନରେ ବ୍ୟବସ୍ଥା ରହିଛି। ଏଥିସହିତ ଅଭିଯୁକ୍ତଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇପାରେ। ଏହି ସଂଶୋଧନ ଆସିଲେ ଚଳଚ୍ଚିତ୍ର ଶିଳ୍ପର ଆୟ ବୃଦ୍ଧି ହେବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ନକଲ ରୋକାଯିବା ସହ ଅନଲାଇନ୍ ବିଷୟବସ୍ତୁ ଚୋରି ମଧ୍ୟ ରୋକାଯାଇ ପାରିବ। ତେବେ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ସିନେ ଉଦ୍ୟୋଗ ସ୍ବାଗତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories