ଗୁଣପୁର : ଅନଲାଇନ ଗେମ୍ ଖେଳି ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଜ ଜୀବନ ହାରିଛନ୍ତି । ଏହି ଭଳି ସଙ୍ଗୀନ ଅଭିଯୋଗ ଆସିଛି ରାମାନାଗୁଡା ଥାନା ଅନ୍ତର୍ଗତ ଗଣପତିଗୁଡା ଅଂଚଳରୁ । ମୃତ ଛାତ୍ରୀ ଜଣକ ସାଇନା ସାହୁ ଏବଂ ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି । ନିଜ ଘର ଶୈାଚାଳୟରେ ବେକରେ ଚୁନରି ଦେଇ ଆତ୍ମହତ୍ୟା କରିଥିବା ମୃତ ଛାତ୍ରୀଙ୍କ ପିଉସୀ ଲିଲି ପଟ୍ଟନାୟକ ରାମାନାଗୁଡା ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ରାମାନାଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ଛାତ୍ରୀ ଜଣକ କିଛି ଦିନ ହେବ ଅନଲାଇନ ଗେମରେ ଲିପ୍ତ ରହୁଥିଲେ । ପରିବାର ବର୍ଗଙ୍କ ତାଗିଦ ସତ୍ତ୍ୱେ ଅନ ଲାଇନରେ ଗେମ ଖେଳୁଥିଲେ । ଖେଳିବା ସମୟରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ଅନ ଲାଇନ ଗେମ ସଂସ୍ଥା ତରଫରୁ ଅର୍ଥ ମିଳିନଥିଲା। ଅର୍ଥ ପଇଠ କରିବା ପାଇଁ ଛାତ୍ରୀ ଜଣକ ବାରମ୍ବାର ବାରମ୍ବାର ସଂସ୍ଥାକୁ ଟଙ୍କା ଫେରସ୍ତ କରିବା ପାଇଁ କହିବା ସହ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଥିଲେ । ପରିଶେଷରେ ସଂସ୍ଥାରୁ ପକ୍ଷରୁ ଟଙ୍କା ନ ମିଳିବାରୁ ବାଧ୍ୟ ହୋଇ ନିଜ ଘର ଶୌଚାଳୟରେ ବେକରେ ରସି ଦେଇ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । ସୂଚନା ଯେ ମୃତ ଛାତ୍ରୀଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ମା ଅନ୍ୟ କେଉଁ ଆଡେ ଚାଲି ଯାଇଛନ୍ତି । ଜେଜେମାଙ୍କ ନିକଟରେ ରହି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ରାମାନାଗୁଡା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ତଦନ୍ତ ଜାରି ରଖିଛି ।
Popular Categories



