www.samajalive.in
Monday, December 8, 2025
13.1 C
Bhubaneswar

ବଦଳିଲା ନିଷ୍ପତ୍ତି, ହଟିଲା ବିଧାନସଭାରେ ସାମ୍ବାଦିକଙ୍କୁ ଫୋନ୍‌ ମନା କଟକଣା

ଭୁବନେଶ୍ଵର: ବିଧାନସଭାରେ ସାମ୍ବାଦିକଙ୍କୁ ମେବାଇଲ ଫୋନ୍ ମନା କଟକଣା ପ୍ରତ୍ୟାହୃତ ହୋଇଛି। ବିଧାନସଭା ପ୍ରେସ୍ ଗ୍ୟାଲେରୀ ଭିତରକୁ ସାମ୍ୱାଦିକ ମୋବାଇଲ ଫୋନ୍ ନେଇ ପାରିବେନି ବୋଲି ବୁଧବାର ବାଚସ୍ପତି ସୁରମା ପାଢୀ ଆଦେଶ ଜାରି କରିଥିଲେ। ଏହାକୁ ନେଇ ବିଧାନସଭା ପରିସରରେ ସାମ୍ୱାଦିକମାନେ ପ୍ରତିବାଦ କରିଥିଲେ। ଫଳରେ ଏହି ଆଦେଶଟିକୁ ଏବେ ପ୍ରତ୍ୟାହାର କରାଯାଇଛି। ଏନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଆଲୋଚନା ପରେ ଏହା ପ୍ରତ୍ୟାହାର କରାଯାଇଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଏହାପରେ ସମ୍ବାଦିକମାନେ ଧାରଣାରୁ ଓହରିଛନ୍ତି। ମାତ୍ର ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡ଼ିଂ କରାଯାଇ ପାରିବ ନାହିଁ ବୋଲି ଆଦେଶ ଜାରି କରାଯାଇଛି।

ଘଟଣାକୁ ନେଇ ବୁଧବାର ବିଧାନସଭା ପରିସରରେ ଏକ ଅପ୍ରୀତିକର ପରିସ୍ଥିତ ଉପୁଜିଥିଲା। ମଙ୍ଗଳବାର ଗୃହରେ ଧସ୍ତାଧସ୍ତି ଘଟଣା ପରେ ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ଫୋନ ମନା କରିଦିଆଯାଇଥିଲା। ସାମ୍ବାଦିକମାନେ ଗ୍ୟାଲେରୀ ବାହାରେ ଫୋନ ରଖି ଯାଇପାରିବେ ବୋଲି କୁହାଯାଇଥିଲା। ଏହାର ପ୍ରତିବାଦରେ ସାମ୍ବାଦିକମାନେ ବିଧାନସଭା ପରିସରରେ ଧାରଣା ଦେଇଥିଲେ। ଗାନ୍ଧୀ ମୂର୍ତ୍ତି ସାମ୍ନାରେ ବସି ପ୍ରତିବାଦ କରିଥିଲେ। କଂଗ୍ରେସ ଓ ବିଜେଡି ବିଧାୟକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପୂର୍ବ ସରକାରଗୁଡ଼ିକ ମଧ୍ୟ ସମ୍ୱାଦିକମାନଙ୍କ ଉପରେ ଏଭଳି ଅନେକ କଟକଣା ଲଗାଇଥା’ନ୍ତି। ମାତ୍ର ବୁଧବାର ଘଟଣାରେ ବାଚସ୍ପତି ସୁରମା ପାଢ଼ୀ ନିଜେ ହସ୍ତକ୍ଷେପ କରି ମାମଲାଟିର ସମାଧାନ କରିଦେଇଛନ୍ତି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories