www.samajalive.in
Monday, December 8, 2025
14.1 C
Bhubaneswar

କୃଷି ପାଇଁ ବନ୍ଧକ ବିହୀନ ଋଣ ସୀମା ୧.୬୦ଲକ୍ଷକୁ ବୃଦ୍ଧି

ମୁମ୍ବଇ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ପକ୍ଷରୁ କୃଷକଙ୍କୁ ପ୍ରଦାନ କରାଯାଉ ଥିବା ବନ୍ଧକ ବିହୀନ ଋଣ ସୀମା ୧ଲକ୍ଷରୁ ବୃଦ୍ଧି କରି ୧.୬୦ଲକ୍ଷ ଚୂଡ଼ାନ୍ତ କରିଛନ୍ତି। ଅର୍ଥାତ୍‍ କୃଷି ପାଇଁ ଏବେ ୧.୬୦ଲକ୍ଷ ପର୍ଯ୍ୟନ୍ତ ଋଣ ନେବାକୁ ହେଲେ କୌଣସି ବନ୍ଧକ ରଖିବାକୁ ପଡ଼ିବ ନାହିଁ। ଆରବିଆଇ ଦ୍ୱାରା ନୀତିରେ ପରିବର୍ତ୍ତନ କରି ନୂତନ ସୀମା ନିର୍ଦ୍ଧାରଣ କରାଯାଇଛି। ଗୁରୁବାର ଏ ସମ୍ପର୍କରେ ଆରବିଆଇ ବିଧିବଦ୍ଧ ଘୋଷଣା କରିଛନ୍ତି। ଯେଉଁ କୃଷକଙ୍କ ପାଖରେ ଚାଷ ପାଇଁ ପର୍ଯ୍ୟପ୍ତ ଜମି ନାହିଁ କିମ୍ବା ଜମି ମୂଲ୍ୟଠାରୁ ଚାଷ ପାଇଁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଅଧିକ ସେମାନଙ୍କୁ ଏଥିରୁ ସର୍ବାଧିକ ଲାଭ ମିଳିବ। ଏ ସମ୍ପର୍କରେ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ଖୁବ୍‍ ଶୀଘ୍ର ସାର୍କୁଲାର ପ୍ରଦାନ କରାଯିବ। ସେହିପରି କୃଷି ଋଣ ସମ୍ପର୍କିତ ମାମଲାର ତର୍ଜମା କରି ଆରବିଆଇ ଏକ ବ୍ୟାଙ୍କିଙ୍ଗ ଗ୍ରୁପ୍‍ ଗଠନ କରିବାକୁ ଯାଉଛି। ୧ଜାନୁୟାରୀରେ କେନ୍ଦ୍ର ସରକାର ୫ଏକର ଜମି ଥିବା ଚାଷୀଙ୍କୁ ବର୍ଷକୁ ୬ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ୨ହଜାର ଟଙ୍କା ୩ଟି କିସ୍ତିରେ ଚାଷୀଙ୍କୁ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ଏହି ଋଣ ମାର୍ଚ୍ଚ ମାସରୁ ଦେବା ଆରମ୍ଭ ହେବ। ଏପରିକି ପଶୁ ପାଳନ କରୁଥିବା ଚାଷୀଙ୍କୁ ମଧ୍ୟ କୃଷକ କାର୍ଡ଼ ଦ୍ୱାରା ଋଣ ନେଇଥିଲେ ସେମାନଙ୍କ ସୁଧରେ ୨ ପ୍ରତିଶତ ଛାଡ଼ କରିବାକୁ ସରକାର ଘୋଷଣା କରିଥିଲେ। ଏପରିକି ସମୟ ମଧ୍ୟରେ ଋଣ ପରିଶୋଧ କରିଦେଲେ ୩ ପ୍ରତିଶତ ଅତିରିକ୍ତ ରିହାତି ମିଳିବ। ଏଭଳି ଭାବେ ଜଣେ କୃଷକଙ୍କୁ ମୋଟ୍‍ ୫ ପ୍ରତିଶତ ଋଣରେ ରିହାତି ମିଳି ପାରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories