www.samajalive.in
Monday, December 8, 2025
20.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ଓପୋ କେ-୧

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଓପୋ ଭାରତୀୟ ବଜାରରେ ତାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ଓପୋ କେ-୧। ଓପୋ କେ-୧ର ବିଶେଷତ୍ୱ ବିଷୟରେ କହିଲେ ଏହି ଫୋନରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ମିଳିବ। ଏହି ଫୋନ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜରେ ଉପଲବ୍ଧ ରହିଛି। ଯାହାର ମୂଲ୍ୟ ୧୬,୯୯୦ଟଙ୍କା। ଫୋନର ବିକ୍ରି ଫ୍ଲିପକାର୍ଟରେ ଫେବ୍ରୁଆରୀ ୧୨ରୁ ହେବ। ଏହି ଫୋନକୁ ସିଟି ବ୍ୟାଙ୍କର କ୍ରେଡିଟ ଏବଂ ଡେବିଟ କାର୍ଡରୁ ପେମେଣ୍ଟ କରିବା ଦ୍ୱାରା ୧୦ପ୍ରତିଶତ ରିଆତି ମିଳିବ।

courtesy-the indian express

ଏଥିରେ ଡୁଆଲ ନେନୋ ସିମ ସପୋର୍ଟ ଏବଂ ଆଣ୍ଡ୍ରଏଡ ଓରିୟୋ ଆଧାରିତ କଲର ଓଏସ୍‍ ୫.୨ଦିଆଯାଇଛି। ଏହାବ୍ୟତୀତ ଫୋନରେ ୬.୪ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୯.୫:୯ରହିଛି। ଓପୋ କେ-୧ରେ କ୍ୱାଲାକମର ଅକ୍ଟାକୋର ସ୍ନାପଡ୍ରାଗନ ୬୬୦ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୫୧୨ଜିପିୟୁ ରହିଛି।

- Advertisement -
courtesy-the mobileindian.com

ଫୋନରେ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ଦିଆଯାଇଛି। ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲର ଏବଂ ୨ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମରୋ ୨୫ମେଗାପିକ୍ସେଲର ଦିଆଯାଇଛି। ଉଭୟ କ୍ୟାମେରାରେ ଫ୍ଲାସ ଲାଇଟର ସୁବିଧା ଦିଆଯାଇଛି। ସେହିଭଳି ଏହି ଫୋନରେ ୩୬୦୦ଏମ୍‍ଚର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ଏଥିରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦, ମାଇକ୍ରୋ ୟୁଏସବି ପୋର୍ଟ ଏବଂ ୩.୫ଏମ୍‍ଏମ୍‍ ର ହେଡଫୋନ ଜ୍ୟାକ୍‍ ରହିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories