www.samajalive.in
Wednesday, December 10, 2025
26.1 C
Bhubaneswar

ଗଞ୍ଜାମରେ ହେବ ଦୁଇଟି ବଡ ରୋଡ ପ୍ରକଳ୍ପ

ଛତ୍ରପୁର : ଗଞ୍ଜାମ ଜିଲାରେ ଆଗାମୀ ଦିନରେ ଦୁଇଟି ବଡ ରୋଡ ପ୍ରକଳ୍ପ ହେବାକୁ ଯାଉଛି ବୋଲି ଛତ୍ରପୁର ଗସ୍ତରେ ଆସିଥିବା ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋନାପୁରରୁ ଭାୟା ଗୋପାଳପୁର ହୋଇ ଋଷିକୁଲ୍ୟା ମହାଣ ପାଖାପାଖି ୩୭ କିମି ପ୍ରର୍ଯ୍ୟନ୍ତ ମେରାଇଟ ଡ୍ରାଇଭ ରୋଡ ହେବ । ଯାହାକି ଟୁରିଷ୍ଟକୁ ବୁଷ୍ଟ କରିବା ପାଇଁ ଗୋଟେ ବଡ ଭୂମିକା ଗ୍ରହଣ କରିବ । ତାର ପ୍ରାଥମିକ କମ ଦୁଇ ମାସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ସେହିପରି ଓଡିଶାର ଯେଉଁ  ଗ୍ରାଣ୍ଟ ଡ୍ରିମ ରୋଡ ପରିପ୍ରକଳ୍ପନା କରାଯାଇଛି ତାର ପ୍ରଥମ ପ୍ରର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁର ଯାହାକି ଏକ ହାଇ ସ୍ପିଡ ରାସ୍ତା ହେବ । ୮ ଘଣ୍ଟାର ରାସ୍ତାକୁ ସାଢେ ୩ ଘଣ୍ଟାରେ କଭର ହୋଇପାରିବ । ସେହି ରାସ୍ତାର ଶିଳାନ୍ୟାସ ଦୁଇରୁ ତିନି ମାସ ମଧ୍ୟରେ ହେବାକୁ ଯାଉଛି । ଏହି ରାସ୍ତା ହେଲେ ବାଣିଜ୍ୟ ପରିବହନ ସମେତ ଯାତାୟତ ସୁବିଧା ହୋଇପାରିବ । ଜୟପୁର, କୋରାପୁଟ ସହିତ ଗୋପାଳପୁର ପୋର୍ଟ ଏବଂ ବ୍ରହ୍ମପୁର ସହରକୁ ବିଶେଷ କରି ଏନଏଚକୁ ଯୋଡିବା ପାଇଁ ଗୋଟେ ପ୍ରମୁଖ ରାସ୍ତା ହେବ । ଏହି ସବୁ କାମ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories