ବୁର୍ଲା : ବୁର୍ଲାରେ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଯୁବକ ଗିରଫ। ଅଭିଯୁକ୍ତ ଜଣକ ଝାରଖଣ୍ଡ ଗୁମଲା ଜିଲ୍ଲା ଶାସ୍ତ୍ରୀ ନଗରର ରାହୁଲ ସାହୁ ବୋଲି ଜଣାପଡିଛି । ତା’ ଠାରୁ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ କାର୍ ଏବଂ ଦୁଇଟି ମୋବାଇଲ ଫୋନ୍ ଜବତ ହୋଇଛି । ରାହୁଲ ସାହୁ ହୀରାକୁଦ ରେଳଷ୍ଟେସନ ରାସ୍ତାରେ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରୁଥିବା ସୂଚନା ଥାନାରେ ପହଞ୍ଚି ଥିଲା । ଏହି ସମୟରେ ପାଟ୍ରୋଲିଂରେ ଥିବା ବୁର୍ଲା ଥାନାର ଏସ୍ଆଇ ଆଶିଷ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ରାହୁଲ ସାହୁକୁ କାବୁ କରିଥିଲେ । ତା ନିକଟରୁ ପିସ୍ତଲ ଓ ଅଫୁଟା ଗୁଳି ଜବତ ହୋଇଥିଲା।
ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।



