www.samajalive.in
Tuesday, December 9, 2025
17.1 C
Bhubaneswar

ଚନ୍ଦ୍ରପୃଷ୍ଠରେ ଅବତରଣ କଲା ‘ବ୍ଲୁ ଘୋଷ୍ଟ’

ଫ୍ଲୋରିଡା : ଆମେରିକାର ଘରୋଇ ମହାକାଶ ସଂସ୍ଥା ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ ଉତ୍‌କ୍ଷେପଣ କରାଯାଇଥିବା ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’ ରବିବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାରେ ଏହା ପ୍ରଥମ ଘରୋଇ ମହାକାଶ ଯାନ ବୋଲି କୁହାଯାଇଛି। କମ୍ପାନୀ ପକ୍ଷରୁ ଏହି ମହାକାଶ ଅଭିଯାନକୁ ‘ଘୋଷ୍ଟ ରାଇଡର୍ସ ଇନ୍‌ ଦ ସ୍କାଏ’ ନାମରେ ନାମିତ କରାଯାଇଛି। ଅବଶ୍ୟ ଏହି ଅଭିଯାନରେ କମ୍ପାନୀ ପକ୍ଷରୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ସହାୟତା ନିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଜାନୁଆରୀ ୧୫ରେ ଏହି ମହାକାଶ ଯାନକୁ ସ୍ପେସ୍‌ଏକ୍ସ ଫାଲକନ ୯ ରକେଟ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଇଥିଲା। ବ୍ଲୁ ଘୋଷ୍ଟରେ ଲୁନାର ସଏଲ ଆନାଲାଇଜର, ରେଡିଏସନ ଟଲେରାଣ୍ଟ କମ୍ପ୍ୟୁଟର ସମେତ ମୋଟ ୧୦ ଯନ୍ତ୍ରାଂଶ ଖଞ୍ଜାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories