www.samajalive.in
Wednesday, December 10, 2025
26.1 C
Bhubaneswar

ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ବାଇକ୍, ଥରେ ଚାର୍ଜ କଲେ ଯିବ ୧୫୦ କି.ମି.

ନୂଆଦିଲ୍ଲୀ : ରିଭୋଲ୍ଟ ମୋଟର୍ସ ନିଜ ପୋର୍ଟଫୋଲିଓରେ ଏକ ନୂଆ ଇଲେକ୍ଟ୍ରିକ୍ ମୋଟରସାଇକେଲ ଆରଭି ବ୍ଲେଜଏକ୍ସକୁ ଯୋଡିଛି । ଯୁବପିଢିଙ୍କୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ଏହାର ଏକ୍ସ ଶୋରୁମ୍ ଦାମ୍ ୧୧୪,୯୯୦ ଟଙ୍କା ନିର୍ଦ୍ଧାରିତ କରିଛି । ଏହି ମୋଟରସାଇକେଲରେ ୩ ବର୍ଷ ବା ୪୫ ହଜାର କି.ମି.ର ଓ୍ବାରେଣ୍ଟି ଦିଆଯାଉଛି । ଏହି ବାଇକକୁ କମ୍ପାନୀର ଅଫିସିଆଲ ଓ୍ବେବସାଇଟରୁ ଆଜିଠୁ ବୁକ୍ କରିପାରିବେ ଗ୍ରାହକ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହାର ଡେଲିଭରୀ ଆରମ୍ଭ ହେବ ।

ଆରଭି ବ୍ଲେଜଏକ୍ସରେ ୪ କିଲୋଓ୍ବାଟର ପିକ୍ ମୋଟର ଲାଗିଛି ଯାହା ୮୫ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଓ ୧୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିବ । ଏଥିରେ ଏକ ୩.୨୪ କିଲୋଓ୍ବାଟ୍ ଲିଥିୟମ୍ ଆୟନ ବ୍ୟାଟେରୀ ମିଳେ ଯାହା ଆଇପି ୬୭-ସାର୍ଟିଫାଇଡ୍ ମଧ୍ୟ । ଏହାକୁ ମାତ୍ର ୮୦ ମିନିଟରେ ୮୦ ପ୍ରତିଶତ ଚାର୍ଜ କରିହେବ । ଏଥିରେ ଏଲଇଡି ହେଡଲ୍ୟାମ୍ପ ଓ ଏଲଇଡି ଟେଲଲାଇଟ୍, ସିବିଏସ୍ ବ୍ରେକିଂ ସିଷ୍ଟମ, ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କ୍ସ ଓ ଟ୍ବିନ୍ ଶକ୍ ଆବଜର୍ଭର ରହିଛି । ଇନବିଲ୍ଟ ଜିପିଏସ୍ ସହ ୬ ଇଞ୍ଚର ଏଲସିଡି ଡିଜିଟାଲ୍ କ୍ଲଷ୍ଟର ରିୟଲ ଟାଇମ୍ ନେଭିଗେସନ, ରାଇଡ୍ ଡାଟା ଓ ରିମୋଟ ମନିଟରିଂ ବିକଳ୍ପ ପ୍ରଦାନ କରେ । ଗ୍ରାହକଙ୍କ ପାଇଁ ଏହାର ବୁକିଂ ଆରମ୍ଭ ହୋଇସାରିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories