www.samajalive.in
Tuesday, December 9, 2025
17.1 C
Bhubaneswar

ପର୍ଯ୍ୟଟନ ସର୍କିଟରେ ସାମିଲ ହେବ ଭୀମ ମଣ୍ଡଳି ପ୍ରାକ୍ ଐତିହାସିକ ସ୍ଥଳ

ବୁର୍ଲା: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସବ ଡିଭିଜନ ଅନ୍ତର୍ଗତ ନାକଟିଦେଉଲ ବ୍ଲକର ଭିମମଣ୍ଡଳି ପ୍ରାକ୍ ଐତିହାସିକ ସ୍ଥଳକୁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପର୍ଯ୍ୟଟନ ସର୍କିଟରେ ସାମିଲ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୀମମଣ୍ଡଳି ଗସ୍ତରେ ଯାଇ କ୍ରେକ-୨ ଭୀମ ମୁଣ୍ଡଳିକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡେବ୍ରିଗଡ଼-ହୀରାକୁଦ ଡେମ-ଭୀମମଣ୍ଡଳି ପର୍ଯ୍ୟଟନ ସର୍କିଟର ଘୋଷଣା କରିଥିଲେ। ଭୀମମଣ୍ଡଳିରେ ୩୦ ହଜାର ବର୍ଷ ପୁରାତନ ଅନେକ ଗୁମ୍ଫା, ଗୁମ୍ଫା ଚିତ୍ର ଖୋଦିତ ହୋଇଛି। ଏଥିରେ ବିଶେଷ କରି ବନ୍ୟପ୍ରାଣୀ ହାତୀ ସହିତ ରେଖାଚିତ୍ର ମାନ ରହିଥିବାରୁ ଏହି ଘଞ୍ଚ ଜଙ୍ଗଲରେ ହଜାର ହଜାର ବର୍ଷ ପୁରାତନ ଜନବସତି ରହିଥିଲା ବୋଲି ଅନୁମାନ କରାଯାଏ।

ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ କ୍ରେକ-୨ ଭୀମମଣ୍ଡଳି ପ୍ୟାକେଜରେ ହୀରାକୁଦ ଡ୍ୟାମ୍ ଏବଂ ସେଠାରୁ ପ୍ରତ୍ୟାବର୍ତ୍ତନ ସମୟରେ ସମ୍ବଲେଶ୍ୱରୀ ମନ୍ଦିର, ସମ୍ବଲପୁର ଚିଡିଆଖାନା, ସମ୍ବଲପୁରୀ ହସ୍ତତନ୍ତ ବଜାରକୁ ସାମିଲ କରାଯାଇଛି ବୋଲି ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ବର୍ତ୍ତମାନ ଡେବ୍ରିଗଡ଼ ପ୍ୟାକେଜରେ ବନ୍ୟପ୍ରାଣୀ ସଫାରୀ, ହୀରାକୁଦ ନୌକାବିହାରରେ ହୀରାକୁଦ ଜଳଭଣ୍ଡାରର ତିନୋଟି ଦ୍ୱିପ ପରିଦର୍ଶନ ବାରବଖରା ଓ ଗୋବିନ୍ଦପୁର ପକ୍ଷୀଗ୍ରାମ ଗସ୍ତ ଅନ୍ତର୍ଭୁକ୍ତ ରହିଛି। ଗତବର୍ଷ ଡେବ୍ରିଗଡ଼କୁ ୭୦ ହଜାରରୁ ଅଧିକ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ନିକଟରେ ଭୀମୁଣ୍ଡଳିର ଦେବଝରଣକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଛନ୍ତି। ଭୀମମଣ୍ଡଳି ବୈଶ୍ୱିକ ପରିଚୟ ଶେୟାର କରାଯିବ। ଏଥିପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ଆଇସିଏଚଆର ଆନୁକୂଲ୍ୟରେ ଅଧିକ ଗବେଷଣା କରାଯିବ। ଚମ୍ପାଇ ନଦୀ ନିକଟରେ ଥିବା ଭୀମମଣ୍ଡଳି ଆଖପାଖ ଗ୍ରାମର ନାଗରିକମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories