www.samajalive.in
Friday, December 5, 2025
27.1 C
Bhubaneswar

କେନ୍ଦ୍ର ସରକାରଙ୍କ ରାଜନୈତିକ ଅସ୍ତ୍ର ସାଜିଛି ସିବିଆଇ: ଭର୍ତ୍ତୃହରି

ନୂଆଦିଲ୍ଲୀ: ସିବିଆଇର କାର୍ଯ୍ୟଶୈଳୀ ନେଇ ସୋମବାର ସଂସଦରେ ବର୍ଷିଛି ବିଜେଡି। ସିବିଆଇ କେନ୍ଦ୍ର ସରକାରଙ୍କ ରାଜନୈତିକ ଅସ୍ତ୍ର ସାଜିଛି ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ ସିଧାସଳଖ ଅଭିଯୋଗ କରିଛନ୍ତି। ଲୋକସଭାର ଶୂନ୍ୟକାଳରେ ସିବିଆଇ ବିବାଦ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରି କଟକ ସାଂସଦ କହିଛନ୍ତି ଯେ ଗତ ୨/୩ ମାସ ଧରି ଯେଉଁ ଭଳି ଢଙ୍ଗରେ ସିବିଆଇ ଚାଲୁଛି ବିଶ୍ୱସନୀୟତା ପ୍ରତି ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଗତ କିଛି ବର୍ଷ ଧରି କେତେକ ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ପଛରେ ଲୁକ୍କାୟିତ କାରଣ ସଂସ୍ଥାର ବିଶ୍ୱସନୀୟତାକୁ ତଳକୁ ନେଉଛି। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏସବୁ ବନ୍ଦ ହେବା ଆବଶ୍ୟକ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ। ସିବିଆଇର ଆଚରଣ ନୂଆ ନୁହେଁ ବୋଲି ଦର୍ଶାଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଘରେ ସିବିଆଇ ପଶିବା ଘଟଣାକୁ ସାଂସଦ ଶ୍ରୀ ମହତାବ ମନେପକାଇ ଦେଇଥିଲେ। ବିଜୁ ଜନତା ଦଳକୁ ଅପମାନିତ କରିବା ପାଇଁ ପୂର୍ବରୁ ସିବିଆଇ ଯଥେଷ୍ଟ ଉଦ୍ୟମ କରିଥିଲା; ଏବେ ପୁଣି ବିଜେଡି ନେତାଙ୍କୁ ନିନ୍ଦିତ କରିବା ପାଇଁ ଉଦ୍ୟମ ଜୋରଦାର କରିଛି।
ଦୁର୍ନୀତିରେ ସଂପୃକ୍ତ ପ୍ରକୃତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେଇ ସିବିଆଇ ଏକ ପେଶାଦାର ସଂସ୍ଥାର ପରିଚୟ ଗଢ଼ି ତୋଳିବାକୁ ସାଂସଦ ଶ୍ରୀ ମହତାବ ଆହ୍ୱାନ ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories