www.samajalive.in
Monday, December 8, 2025
27.1 C
Bhubaneswar

ବଜ୍ରପାତରେ ଜଳିଗଲା ଦୁଇ ବଖରା, ୪ ଗାଈ ଜୀବନ୍ତ ଦଗ୍ଧ

ବାସୁଦେବପୁର: ବାସୁଦେବପୁର ବ୍ଲକ ଲୁଙ୍ଗା ସ୍ଥିତ ବଡ଼କିଆରୀ ଗାଁରେ ଅଘଟଣ। ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଦୁଇ ପରିବାରର ଦୁଇ ବଖରା ଚାଳ ଛପର ଗୁହାଳ ଘର ଜଳିପୋଡି ପାଉଶ ହୋଇଯାଇଛି। ଆଉ ଏହି ନିଆଁରେ ୪ ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିପନ୍ନଙ୍କ ନାଁ ଝୁନୁ ମିଳିକ, କାମିନୀ ମିଳିକ ବୋଲି ଜଣାପଡିଛି।  ସନ୍ଧ୍ୟାରେ ଖୁବ ଜୋରରେ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହୋଇଥିଲା। ବିଜୁଳି ନିଆଁରେ ଦୁଇ ପରିବାରର ଚାଳ ଛପର ଘର ଜଳି ଯାଇଥିଲା। ଖୁବ କମ ସମୟ ମଧ୍ୟରେ ସମଗ୍ର ଅଞ୍ଚଳକୁ ବ୍ୟାପି ଯାଇଥିଲା। ଫଳରେ ସ୍ଥାନୀୟ ଲୋକେ ଗାଈ ଗୁଡିକୁ ବାହାର କରିବାକୁ ସାହସ କରିପାରିନଥିଲେ। ସବୁକିଛି ଜଳି ପୋଡି ଶେଷ ହୋଇଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories