www.samajalive.in
Monday, December 8, 2025
14.1 C
Bhubaneswar

ନୂଆ ସିଇସି ନିଯୁକ୍ତିକୁ ନେଇ ରାହୁଲଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ଜ୍ଞାନେନ୍ଦ୍ର କୁମାରଙ୍କୁ ନୂଆ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଭାବେ ନିଯୁକ୍ତି ଦିଆଯିବାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଜ୍ଞାନେନ୍ଦ୍ର କୁମାରଙ୍କୁ ରାତି ଅଧିଆ ସିଇସି ନିଯୁକ୍ତି ଦିଆଯିବା ଅନୁଚିତ ଓ ଅଭଦ୍ରାମିର ପରିଚୟ। ସିଇସିଙ୍କୁ ଯେଭଳି ଢଙ୍ଗରେ ନିଯୁକ୍ତି ଦିଆଗଲା ତାହା ସମ୍ବିଧାନ ବିରୋଧୀ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟାର ପରିପନ୍ଥୀ। ସିଇସି ନିଯୁକ୍ତିକୁ ନେଇ ନିଜ ଅସନ୍ତୋଷ ସମ୍ପର୍କିତ ଦୁଇ ପୃଷ୍ଠାର ନୋଟ୍‌କୁ ରାହୁଲ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସିଇସି ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଉଲ୍ଲଙ୍ଘନ କରିଛନ୍ତି। ସିଇସି ନିଯୁକ୍ତି କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେଇ ସରକାର ନିଜର ଜଣେ ମନ୍ତ୍ରୀଙ୍କୁ ସଦସ୍ୟ ରଖିଛନ୍ତି। ସିଇସି ନିଯୁକ୍ତି ନେଇ ଗଠିତ ମନୋନୟନ କମିଟିରେ ରାହୁଲ ସଦସ୍ୟ ରହିଛନ୍ତି। ସିଇସି ମନୋନୟନ ପାଇଁ ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହି ବୈଠକରେ କମିଟିର ଅନ୍ୟତମ ସଦସ୍ୟ ଅମିତ ଶାହା ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ। ବୈଠକରେ ରାହୁଲ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯିବା ପ୍ରସଙ୍ଗରେ ନିଜର ଆପତ୍ତି ଉଠାଇଥିଲେ। ନିଯୁକ୍ତି କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି ବୁଧବାର ଶୁଣାଣି କରିବାକୁ ଥିବାବେଳେ ସରକାର ରାତି ଅଧିଆ ନିଷ୍ପତ୍ତି କ୍ରମେ ନୂଆ ସିଇସି ଓ ଇସିଙ୍କୁ ନିଯୁକ୍ତି ଦେଇଛନ୍ତି। ସୋମବାର ରାତିରେ ୧୯୮୮ ବ୍ୟାଚ କେରଳ କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍‌ ଜ୍ଞାନେନ୍ଦ୍ର କୁମାରଙ୍କୁ ସିଇସି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୧୯୮୯ ବ୍ୟାଚ ହରିୟାଣା କ୍ୟାଡର ଅବସରପ୍ରାପ୍ତ ଆଇଏସଏସ୍‌ ବିବେକ ଯୋଶୀଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories