www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ବିଶ୍ୱ କର୍କଟ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରିବା, ସଚେତନ କରାଇବା ଏବଂ ଏହି ମାରାତ୍ମକ ରୋଗ ବିରୁଦ୍ଧରେ ସରକାର ସମୟୋଚିତ ପଦକ୍ଷେପ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଏହି ଅବସରରେ ଆଜି ବିଶ୍ୱବ୍ୟାପୀ ବିଭିନ୍ନ ସଂଗଠନ ପକ୍ଷରୁ ପଦଯାତ୍ରା, ସେମିନାର୍‍ ଓ ଜନସଚେନତା ଅଭିଯାନ ଆଦି ଅନୁଷ୍ଠିତ ହେଉଛି।

ବିଶ୍ୱ କର୍କଟ ଦିବସ ଆୟୋଜନ କରୁଥିବା ଆନ୍ତର୍ଜାତିକ କର୍କଟ ନିୟନ୍ତ୍ରଣ ସଙ୍ଗଠନ ଚଳିତ ବର୍ଷ ଏକ ତିନିବର୍ଷିଆ ଅଭିଯାନର ଶୀର୍ଷକ ଉନ୍ମୋଚନ କରିଛି। ଶୀର୍ଷକଟି ହେଉଛି ‘I AM and I Will’ ଯାହାର ଉଦ୍ଦେଶ୍ୟ ନିଜେ ସଚେତନ ହୋଇ ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିପାରିବା ତଥା ବ୍ୟକ୍ତିବିଶେଷ ନିଜକୁ ସଶକ୍ତ କରିବା। ବିଶ୍ୱରେ କର୍କଟ ରୋଗର ମାତ୍ରା କମାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ସଙ୍ଗଠନ ଆହ୍ୱାନ ଜଣାଇଛି। ପ୍ରତି ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories