www.samajalive.in
Sunday, December 7, 2025
13.1 C
Bhubaneswar

ପଶ୍ଚିମବଙ୍ଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେଇ ସଂସଦରେ ହଟ୍ଟଗୋଳ ; ଗୃହ ମୁଲତବୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ହଟ୍ଟଗୋଳ ହେବାରୁ ସଂସଦର ଉଭୟ ଗୃହର କାର୍ଯ୍ୟଧାରା ଆଜି ବାଧାପ୍ରାପ୍ତ ହୋଇଛି। ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବାବେଳେ ଲୋକସଭାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।
ରାଜ୍ୟସଭାରେ ସଭାକାର୍ଯ୍ୟ ଆରମ୍ଭ ହେବାମାତ୍ରେ ତୃଣମୂଳ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳର ସଦସ୍ୟମାନେ ପଶ୍ଚିମବଙ୍ଗ ପୁଲିସ୍‍ କମିଶନର୍‍ ବିରୁଦ୍ଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେଇ ହଟ୍ଟଗୋଳ କରିଥିଲେ। ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‍ ଓ’ବ୍ରିଏନ୍‍ ଏହି ପ୍ରସଙ୍ଗକୁ ଉତ୍‍ଥାପନ କରି ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ସିବିଆଇର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସାମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ତାଙ୍କୁ ସମର୍ଥନ ଜଣାଇଥିଲେ। ତା’ପରେ ତୃଣମୂଳ ସାଂସଦମାନେ ସଭାଗୃହର ମଧ୍ୟଭାଗରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ। ଏଭଳି ଅଚଳାବସ୍ଥା ଲାଗି ରହିବାରୁ ଗୃହର ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ସଭାକାର୍ଯ୍ୟକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ଲୋକସଭାରେ ତୃଣମୂଳ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ଅନ୍ୟ ଦଳଗୁଡ଼ିକର ସାଂସଦମାନେ ସିବିଆଇ ପ୍ରସଙ୍ଗ ଉତ୍‍ଥାପନ କରି ସରକାର ବିରୋଧୀ ସ୍ଲୋଗାନମାନ ଦେଇଥିଲେ। ତେଣେ ରାଫେଲ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତରେ ଯୁଗ୍ମ ସଂସଦୀୟ କମିଟିଦ୍ୱାରା ତଦନ୍ତ ଦାବି କରି କଂଗ୍ରେସର କେତେକ ସାଂସଦ ହୋହାଲ୍ଲା କରିଥିଲେ। ଏଭଳି ପରିସ୍ଥିତି ସତ୍ତ୍ବେ ବାଚସ୍ପତି ସୁମିତ୍ରା ମହାଜନ ପ୍ରଶ୍ନକାଳ ପରିଚାଳନା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପରିସ୍ଥିତି ସ୍ୱାଭାବିକ ହୋଇ ନ ଥିଲା। ଫଳରେ ବାଧ୍ୟହୋଇ ସେ ଗୃହକାର୍ଯ୍ୟକୁ ମୁଲତବୀ ରଖିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories